ଅନ୍ଧ ବିଶ୍ବାସ !ମୃତ ପୁଅ ଜୀବିତ କରିବା ପାଇଁ ଲୁଣଗଦାରେ ଶୁଆଇଲେ ପରିବାର
କର୍ଣ୍ଣାଟକର ବେଲାରୀ ଅଞ୍ଚଳରେ ଜଣେ ନାବାଳକଙ୍କ ପାଣିରେ ବୁଡି ମୃତ୍ୟୁ ଘଟିବା ପରେ ଭାଙ୍ଗି ପଡିଥିଲେ ପୁରା ପରିବାର । ଏଭଳି ହଠାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ।
ବେଙ୍ଗାଲୁରୁ: ପରିବାରର କାହାରି ମୃତ୍ୟୁ ହେଲେ ଏହାକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ ଅନ୍ୟ ସଦସ୍ୟମାନେ । ତାଙ୍କୁ ବଞ୍ଚାଇବା ପାଇଁ କରିଥାନ୍ତି ଆପ୍ରାଣ ଚେଷ୍ଟା । ଅନେକ ଅନ୍ଧ ବିଶ୍ବାସକୁ ଭରସା କରି ଗୁଣିଆ ଆଦିଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଡାକ୍ତରଙ୍କ ନୂଆ କୌଶଳକୁ ବିଶ୍ବାସ କରି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ।

କିନ୍ତୁ କର୍ଣ୍ଣାଟକର ବେଲାରୀ ଅଞ୍ଚଳରେ ଜଣେ ନାବାଳକଙ୍କ ପାଣିରେ ବୁଡି ମୃତ୍ୟୁ ଘଟିବା ପରେ ଭାଙ୍ଗି ପଡିଥିଲେ ପୁରା ପରିବାର । ଏଭଳି ହଠାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ । ପୁଅକୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା ପରେ କାହାଠାରୁ ଶୁଣିଥିଲେ ଯେ, ଲୁଣ ଗଦାରେ ଶୁଆଇବା ଦ୍ବାରା ଜୀବନ ଫେରିଆସେ । ଶେଷରେ ନାବାଳକଙ୍କ ମୃତଦେହକୁ ଲୁଣରେ ଶୁଆଇ ଅପେକ୍ଷା କରିଥିଲେ ପରିବାର । କିନ୍ତୁ ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ 4 ଘଣ୍ଟା ଧରି ଶୁଆଇବା ପରେ ମଧ୍ୟ ଜୀବନ ଫେରି ପାଇଲାନି ପୁଅ । କିଛି ଆଉ ବାଟ ନପାଇ ଅନ୍ତିମ ସଂସ୍କାର କରିଥିଲେ ନାବାଳକଙ୍କ ମାତାପିତା । ବର୍ତ୍ତମାନ ଏହି ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।
ଏହା ପୂର୍ବରୁ ଅଗଷ୍ଟ 19 ରେ ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବିତି ଗାଁର ଶହ ଶହ ଗ୍ରାମବାସୀ ଏକ ମୃତ ଶିଶୁକୁ ଜୀବନ୍ତ କରିବା ପାଇଁ ରେୱା ଜିଲ୍ଲାର ବକ୍ଷେରା ଗାଁର କୁଲଦେବୀ ମନ୍ଦିରରେ ହାଡ ସହିତ ପହଞ୍ଚିଥିଲେ। ଭଜନ ଏବଂ କୀର୍ତ୍ତନ ସହିତ ଦେବୀଙ୍କୁ ପୂଜା କରିଥିଲେ । ହେଲେ କିଛି ଲାଭ ମିଳିନଥିଲା ।
ଏହା ପୂର୍ବରୁ ମେ 11 ରେ ରାଜସ୍ଥାନର ଆଜମେରକେକ୍ରି ବ୍ଲକର ଦେବଗାଓଁ ଗାଁର ଏକ ପରିବାର 13 ବର୍ଷ ପୂର୍ବେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ପୁଅକୁ ଦେଖିବା ପାଇଁ ତାନ୍ତ୍ରିକ ସହିତ କଥା ବାର୍ତ୍ତା ହେଉଥିବା ନେଇ ଖବର ମିଳିଥିଲା ।












Click it and Unblock the Notifications