ସାଧାରଣତନ୍ତ୍ର ଦିବସ ପୂର୍ବରୁ ରେଳଧାରଣରେ ବିସ୍ଫୋରଣ ; ଲୋକୋ ପାଇଲଟ୍ ଆହତ
ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ପାକିସ୍ତାନ ସୀମାନ୍ତ ରାଜ୍ୟରେ ବଡ ଧରଣର ବିସ୍ଫୋରଣ ଘଟିଛି । ରେଳ ଧାରଣାରେ ବିସ୍ଫୋରଣ ଘଟି ଲୋକ ପାଇଲଟ ଆହତ ହୋଇଛନ୍ତି । ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାର ଖାନପୁର ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅମୃତସର-ଦିଲ୍ଲୀ ରେଳ ଧାରଣାରେ ସନ୍ଦେହଜନକ ବିସ୍ଫୋରଣ ଘଟିଛି ।
ଗତକାଲି ରାତି ପ୍ରାୟ ୯:୫୦ ସମୟରେ, ଏକ ମାଲବାହୀ ରେଳଗାଡ଼ି ଯାଉଥିବା ସମୟରେ ସିରହିନ୍ଦ ରେଳଷ୍ଟେସନ ନିକଟରେ ଏକ ବିସ୍ଫୋରଣ ଯୋଗୁଁ ଧରଣର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାରେ ରେଳଗାଡ଼ି ଇଞ୍ଜିନର ଲୋକୋ ପାଇଲଟ୍ଙ୍କ ଗାଲରେ ଆଘାତ ଲାଗିଥିଲା । ତାଙ୍କ ଅବସ୍ଥା ସ୍ଥିର ସ୍ଥିର ଥିବା ସୂଚନା ରହିଛି ।

ପ୍ରାରମ୍ଭିକ ତଥ୍ୟ ଅନୁସାରେ ଧାରଣାରୁ ପ୍ରାୟ ୧୨ ଫୁଟ ଲମ୍ବ କ୍ଷତି ହୋଇଥିବା ସୂଚନା ଦିଆଯାଇଥିଲା । କିନ୍ତୁ ସ୍ଥାନୀୟ ପୁଲିସ ପରେ ସ୍ପଷ୍ଟ କରିଥିଲା ଯେ ବିସ୍ଫୋରଣ ସାମାନ୍ୟ ଥିଲା । ଏଥିରେ ଧାରଣା କିମ୍ବା ରେଳଗାଡିରେ ବଡ଼ ଧରଣର କ୍ଷତି ହୋଇନାହିଁ ।
More From
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications