‘ପୋଷଣ ଭି ପଢାଇ ଭି’ ; ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡି ପ୍ରୋଟୋକଲର ହେବ ଶୁଭାରମ୍ଭ

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଶନ ସକ୍ଷମ ଅଙ୍ଗନୱାଡି ଓ ପୋଷଣ 2.0ର 'ପୋଷଣ ଭି ପଢାଇ ଭି' କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡି ପ୍ରୋଟୋକଲର ଶୁଭାରମ୍ଭ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆସନ୍ତାକାଲି (ନଭେମ୍ବର 28, 2023) ବିଜ୍ଞାନ ଭବନରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବେ । ମହିଳା ଓ ଶିଶୁ ବିକାଶ ଏବଂ ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିବେ । ଶ୍ରୀ ଇନ୍ଦେଭର ପାଣ୍ଡେ, ସଚିବ, ଏମଓଡବ୍ଲ୍ୟୁସିଡି, ଶ୍ରୀ ସୁଧାଂଶୁ ପନ୍ଥ, ସଚିବ, ଏମଓଏଚଏଫଡବ୍ଲୁ ଏବଂ ଶ୍ରୀ ରାଜେଶ ଅଗ୍ରୱାଲ, ସଚିବ ଡିଇପିଡବ୍ଲୁଡି ମଧ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।

ଅଙ୍ଗନୱାଡି କେନ୍ଦ୍ରରେ ଶୀଘ୍ର ଚିହ୍ନଟ, ସ୍କ୍ରିନିଂ ଓ ଅନ୍ତର୍ଭୁକ୍ତିକରଣ ପାଇଁ ରଣନୀତି ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ । ଏଥିରେ ଏମଓଏଚଏଫଡବ୍ଲୁ, ଡିଇପିଡବ୍ଲୁଡି, ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଏବଂ ନିମ୍ହାନ୍ସ ଭଳି ପ୍ରମୁଖ ସଂଗଠନର ବିଶେଷଜ୍ଞମାନେ ଯୋଗଦେବେ ବୋଲି ଆଶା କରାଯାଉଛି । ସାରା ଦେଶର ବିଭିନ୍ନ ସ୍ଥାନରୁ ସିଡିପିଓ, ମହିଳା ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଦିବ୍ୟାଙ୍ଗ ପିଲାଙ୍କ କାମ କରିବା ଏବଂ ଯତ୍ନ ନେବାରେ ଅଭିଜ୍ଞତା ଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ସେମାନଙ୍କ ଅନୁଭୂତି ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ପାଇଁ ଆମନ୍ତ୍ରଣ କରାଯିବ ।

Anganwadi Protocol for DivyangChildren

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାରମ୍ଭିକ ହସ୍ତକ୍ଷେପ, ବିପଦରେ ଥିବା ଶିଶୁ ଏବଂ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଏବଂ ସେବା ମାଧ୍ୟମରେ ବିପଦରେ ଥିବା ଓ ବିକାଶରେ ବିଳମ୍ବ ହେଉଥିବା ଶିଶୁମାନଙ୍କ କଲ୍ୟାଣରେ ସାମଗ୍ରିକ ଉନ୍ନତି ଆଣିବା । ଦିବ୍ୟାଙ୍ଗ ପିଲାଙ୍କ ପାରିବାରିକ ଓ ସାମୂହିକ ଜୀବନରେ ଅଂଶଗ୍ରହଣରେ ଉନ୍ନତି ଆଣିବା ପାଇଁ ପରିବାର ଓ ସମୁଦାୟକୁ ଶିକ୍ଷିତ ଓ ସମର୍ଥନ କରାଯିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଅଙ୍ଗନୱାଡି ଇକୋ ସିଷ୍ଟମ ଦେଶର ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆକସେସ୍ ପଏଣ୍ଟ ଭାବେ ଜନ୍ମରୁ 6 ବର୍ଷ ବୟସ ପର୍ଯ୍ୟନ୍ତ ଦୈନିକ 8 କୋଟିରୁ ଅଧିକ ଶିଶୁଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନକରି ମୁଖ୍ୟସ୍ରୋତର ବିଦ୍ୟାଳୟରେ ସାମିଲ କରିବାକୁ ପ୍ରାଥମିକତା ଦିଆଯିବା ଉଚିତ । ଫାଉଣ୍ଡେସନ୍ ଷ୍ଟେଜ୍ ବା ସ୍ତର 2022 ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିଦ୍ୟାଳୟଗୁଡିକରେ ବିକାଶରେ ବିଳମ୍ବ ଏବଂ ଅକ୍ଷମତାର ସମାଧାନ ପାଇଁ ପଦ୍ଧତି ସୁପାରିସ କରାଯାଇଛି, ଯେଉଁଥିରେ ସଙ୍କେତ ଏବଂ ଲକ୍ଷଣ ଉପରେ ପରାମର୍ଶ ମଧ୍ୟ ଅନ୍ତର୍ଭୁକ୍ତ । ଏହି ପଦ୍ଧତିକୁ ଅନୁସରଣ କରି, 'ପୋଷଣ ଭି ପଢାଇ ଭି' କାର୍ଯ୍ୟକ୍ରମ ଅଧୀନରେ କ୍ରୀଡା ଭିତ୍ତିକ ଏବଂ କାର୍ଯ୍ୟ କଳାପ ଭିତ୍ତିକ ଶିକ୍ଷଣ ପଦ୍ଧତି ପାଇଁ ଜାତୀୟ ଇସିସିଇ ଟାସ୍କଫୋର୍ସ ସୁପାରିଶକୁ ଗ୍ରହଣ କରିଛି ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସମୟୋପଯୋଗୀ ସହାୟତାକୁ ଦୃଢ଼ ଭାବରେ ସମର୍ଥନ କରିଛି ।

ଜାତୀୟ ଭିନ୍ନକ୍ଷମ ନୀତି (ଦିବ୍ୟାଙ୍ଗଜନ) (2021)ର ଡ୍ରାଫ୍ଟ ବା ଚିଠା ଅନୁଯାୟୀ, ଭାରତରେ ଅଧିକାଂଶ ଭିନ୍ନକ୍ଷମଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କୁ ଯଦି ଶୀଘ୍ର ଚିହ୍ନଟ କରାଯାଏ ଏବଂ ପର୍ଯ୍ୟାପ୍ତ ଭାବରେ ଏହାର ସମାଧାନ କରାଯାଏ ତେବେ ସେମାନଙ୍କ ଦିବ୍ୟଙ୍ଗତାକୁ ରୋକାଯାଇପାରିବ ବୋଲି ଆକଳନ କରାଯାଇଛି । 'ପୋଷଣ ଭି ପଢାଇ ଭି' କାର୍ଯ୍ୟକ୍ରମର ଲକ୍ଷ୍ୟ ମାଧ୍ୟମରେ ଭାରତର ଭବିଷ୍ୟତ ପିଢ଼ିପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ 13.9 ଲକ୍ଷ ଅଙ୍ଗନୱାଡି କେନ୍ଦ୍ରକୁ ଉନ୍ନତ କରାଯିବ ଏବଂ ପିଲାମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବହୁ-ସମ୍ବେଦନଶୀଳ ଏବଂ କ୍ରୀଡା ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+