"ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ ଏକ "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସିବିସିର ମିଶନରେ ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଡିଜିଟାଲ ମାଧ୍ୟମରେ ବହୁ ସଂଖ୍ୟକ ଜନତାଙ୍କୁ ଟେକ୍ନୋଲୋଜି ସକ୍ଷମ ମେସେଜିଂ ବିକଳ୍ପ ସହିତ ନାଗରିକ କେନ୍ଦ୍ରିତ ବାର୍ତ୍ତାକୁ ଲକ୍ଷ୍ୟଭିତ୍ତିକ ଉପାୟରେ ଓ ପ୍ରଭାବଶାଳୀ ଭାବରେ ପ୍ରସାରଣ କରିବାରେ ଏହି ନୀତି ସହାୟକ ହେବ, ଯାହାଫଳରେ ଭୌତିକ ଅଭିଯାନରେ ଖର୍ଚ୍ଚର ପରିମାଣ କମ୍ ହୋଇ ପାରିବ । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଜନସାଧାରଣ ଯେଉଁ ମାଧ୍ୟମରେ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି, ସେଥିରେ ଡିଜିଟାଲ କ୍ଷେତ୍ର ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଦେଶରେ ଇଣ୍ଟରନେଟ୍‌, ସୋସିଆଲ ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ସହ ଯୋଡ଼ି ହୋଇଥିବା ଲୋକ ମାନଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି । ଟ୍ରାଇର ଇଣ୍ଡିଆନ୍ ଟେଲିକମ୍ ସର୍ଭିସେସ୍ ପର୍ଫର୍ମାନ୍ସ ଇଣ୍ଡିକେଟର (ଭାରତୀୟ ଦୂରସଂଚାର ସେବା ପ୍ରଦର୍ଶନ ସୂଚକ) ଜାନୁଆରୀ - ମାର୍ଚ୍ଚ ୨୦୨୩ ଅନୁଯାୟୀ, ମାର୍ଚ୍ଚ ୨୦୨୩ ସୁଦ୍ଧା ଭାରତରେ ଇଣ୍ଟରନେଟ୍ ବ୍ୟବହାର ସଂଖ୍ୟା ୮୮୦ ନିୟୁତରୁ ଅଧିକ ରହିଛି ଏବଂ ମାର୍ଚ୍ଚ ୨୦୨୩ ସୁଦ୍ଧା ଟେଲିକମ୍ ଉପଭୋକ୍ତାଙ୍କ ସଂଖ୍ୟା ୧୧୭୨ ନିୟୁତରୁ ଅଧିକ ରହିଛି ।

 Digital AdvertisingPolicy 2023

ଏହି ନୀତି ସିବିସିକୁ ଓଟିଟି ଏବଂ ଭିଡିଓ ଅନ୍ ଡିମାଣ୍ଡ ବିଭାଗରେ ଏଜେନ୍ସି ଏବଂ ସଂଗଠନ ଗୁଡ଼ିକୁ ତାଲିକାଭୁକ୍ତ କରିବାରେ ସକ୍ଷମ କରିବ । ସିବିସି ଡିଜିଟାଲ ଅଡିଓ ପ୍ଲାଟଫର୍ମ ମାଧ୍ୟମରେ ପୋଡକାଷ୍ଟ ଏବଂ ଡିଜିଟାଲ ଅଡିଓ ପ୍ଲାଟଫର୍ମରେ ବୃଦ୍ଧି ପାଉଥିବା ଶ୍ରୋତାଙ୍କ ସଂଖ୍ୟାର ଲାଭ ଉଠାଇବାରେ ସକ୍ଷମ ହେବ । ଇଣ୍ଟରନେଟ୍ ୱେବସାଇଟ୍ ଗୁଡ଼ିକୁ ତାଲିକାଭୁକ୍ତ କରିବା ପ୍ରକ୍ରିୟାକୁ ଯୁକ୍ତିଯୁକ୍ତ କରିବା ବ୍ୟତୀତ, ସିବିସି ବର୍ତ୍ତମାନ ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଏହାର ଜନସେବା ଅଭିଯାନର ବାର୍ତ୍ତାଗୁଡ଼ିକୁ ପ୍ରସାରିତ କରିବାକୁ ସକ୍ଷମ ହେବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ଜନସାଧାରଣଙ୍କ ବାର୍ତ୍ତାଳାପର ଅନ୍ୟତମ ଲୋକପ୍ରିୟ ମାଧ୍ୟମ ପାଲଟିଥିବାରୁ, ଏହି ନୀତି ସେହି ପ୍ରକ୍ରିୟାକୁ ଆହୁରି ସରଳ କରିଥାଏ ଯାହା ମାଧ୍ୟମରେ ସିବିସି ଏହି ପ୍ଲାଟଫର୍ମ ଗୁଡିକରେ ମଧ୍ୟ ସରକାରୀ ବିଭାଗ ଗୁଡ଼ିକ ପାଇଁ ବିଜ୍ଞାପନ ରଖିପାରିବ । ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ନିଜର ପହଂଚକୁ ବୃଦ୍ଧି କରିବା ପାଇଁ ଡିଜିଟାଲ ମିଡିଆ ଏଜେନ୍ସି ଗୁଡ଼ିକୁ ସୂଚୀବଦ୍ଧ କରିବା ନିମନ୍ତେ ସିବିସିକୁ ଏହି ନୀତିରେ କ୍ଷମତା ପ୍ରଦାନ କରାଯାଇଛି ।

ଏହି ନୀତି ଡିଜିଟାଲ ପରିଦୃଶ୍ୟର ଗତିଶୀଳ ପ୍ରକୃତିକୁ ମଧ୍ୟ ସ୍ୱୀକୃତି ଦେଇଥାଏ ଏବଂ ସିବିସିକୁ ଏକ ବିଧିବଦ୍ଧ ଭାବରେ ଗଠିତ କମିଟିର ଅନୁମୋଦନ ସହିତ ଡିଜିଟାଲ ସ୍ପେସ୍‌ରେ ନୂତନ ଏବଂ ଅଭିନବ ଯୋଗାଯୋଗ ପ୍ଲାଟଫର୍ମରେ ସାମିଲ କରିବାକୁ ସଶକ୍ତ କରେ । ସିବିସି ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩ରେ ଦର ସ୍ଥିର କରିବା ପାଇଁ ପ୍ରତିଯୋଗିତା ମୂଳକ ନିଲାମ ଆରମ୍ଭ କରିବ, ଯାହା ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ କରିଥାଏ । ଏହି ପ୍ରକ୍ରିୟା ମାଧ୍ୟମରେ ଯେଉଁ ଦର ସ୍ଥିର ହେବ, ତାହା ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ଏବଂ ସମସ୍ତ ଯୋଗ୍ୟ ଏଜେନ୍ସି ପାଇଁ ଏହା ଲାଗୁ ହେବ ।

ଆଜିର ଯୁଗରେ ଭାରତ ସରକାରଙ୍କ ପ୍ରାୟ ସମସ୍ତ ମନ୍ତ୍ରଣାଳୟ / ବିଭାଗ ଗୁଡିକର ଏକ ଉତ୍ସର୍ଗୀକୃତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ରହିଛି, ଯାହା ବିପୁଳ ପରିମାଣର ଇନଫୋଗ୍ରାଫିକ୍ସ ଏବଂ ଭିଡିଓ ପ୍ରସାରଣ କରେ ଯାହାର ପହଂଚ ଏହାର ଗ୍ରାହକ ମାନଙ୍କ ମଧ୍ୟରେ ସୀମିତ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମିଡିଆ ୟୁନିଟ୍‌, କେନ୍ଦ୍ରୀୟ ସଂଚାର ବ୍ୟୁରୋ , ଯାହା କି ସମସ୍ତ ପ୍ରକାର ମିଡିଆ ମାଧ୍ୟମରେ ବିଜ୍ଞାପନ ଜାରି କରିବା ପାଇଁ ମନୋନୀତ ସଂସ୍ଥା ଅଟେ , ତାହା ଦ୍ୱାରା ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡ଼ିକର ଏହି ଯୋଗାଯୋଗକୁ ଆହୁରି ସୁଦୃଢ଼ କରାଯିବ ।

ଡିଜିଟାଲ ବିଜ୍ଞାପନ ନୀତି , ୨୦୨୩ ଏକାଧିକ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ପରେ ପ୍ରସ୍ତୁତ କରାଯାଇଛି ଏବଂ ଭାରତ ସରକାରଙ୍କ ଡିଜିଟାଲ ପହଂଚକୁ ବୃଦ୍ଧି କରିବା ଏବଂ ନାଗରିକ ମାନଙ୍କୁ ଯେଉଁ ସୂଚନା ପ୍ରସାରଣ କରାଯାଉଛି, ସେଥିରେ ଉନ୍ନତି ଆଣିବାର ରୂପରେଖ ପ୍ରସ୍ତୁତ କରାଯାଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି) କାର୍ଯ୍ୟ କରୁଛି ଏବଂ ଭାରତରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା ଏବଂ ନୀତି ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏବଂ ସୂଚନା ପ୍ରସାରଣ ପାଇଁ ଏହା ଦାୟୀ ରହିଥାଏ । ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ସହ ଖାପ ଖୁଆଇବା ଏବଂ ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାକୁ ସିବିସି ପ୍ରତିଶ୍ରୁତିବଦ୍ଧ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+