ଟିଭି ଚ୍ୟାନେଲରେ ହିଂସା ଦୃଶ୍ୟ ନ ଦେଖାଇବା ପାଇଁ ନିର୍ଦ୍ଦେଶ ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି । ବିବ୍ରତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି ।

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି । ବିବ୍ରତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକରେ ହିଂସା, ହତ୍ୟାକାଣ୍ଡ, ରକ୍ତଭିଜା ମୃତଦେହ, ଶିଶୁ ଓ ମହିଳା ମାନଙ୍କ ବିରୋଧରେ ହିଂସା ଆଦି ଦୃଶ୍ୟ ଦେଖାଇବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

TV channel

ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ କହିଛନ୍ତି ଯେ, ପ୍ରୋଗ୍ରାମ କୋଡ୍ ବିରୋଦ୍ଧୀ ଖବର ପ୍ରସାରଣ ନ କରାଯାଉ। ରକ୍ତ, ମୃତ ଶରୀର ଏବଂ ଶାରୀରିକ ନିର୍ଯାତନା ଭଳି ଦୃଶ୍ୟକୁ ପ୍ରସାରଣରୁ ବାଦ ଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ଚ୍ୟାନେଲର ଏହାର ମାତ୍ର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ, ସୋସିଆଲ ମିଡିଆରୁ ନିଆଯାଇଥିବା ହିଂସାତ୍ମକ ଭିଡିଓ ଗୁଡିକୁ ଟେଲିଭିଜନ ଚ୍ୟାନେଲ ଗୁଡିକ ଉକ୍ତ ଦୃଶ୍ୟକୁ ଏଡ଼ିଟ ନ କରି ସିଧା ସଳଖ ପ୍ରସାରଣ କରୁଛନ୍ତି। ଯାହାକି ମହିଳା ଏବଂ ଶିଶୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ଯ କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ବ୍ୟକ୍ତିଙ୍କ ଶବ, ପଡିଥିବା ରକ୍ତଛିଟା, ହତ୍ୟା ଓ ଗରୁତର ହୋଇ ପଡିଥିବା ବ୍ୟକ୍ତିଙ୍କ ଫୁଟେଜ ପ୍ରସାରଣ ଦ୍ବାରା ଖରାପ ପ୍ରଭାବ ପକାଉଛି।

ତେବେ ଏସବୁ ପରାମର୍ଶ ଜାରି କଲା ବେଳେ ମନ୍ତ୍ରାଳୟ ପକ୍ଷରୁ କ୍ରିକେଟିୟର ଋଷଭ ପନ୍ତଙ୍କ ଦୁର୍ଘଟଣା ସମେତ ଆଉ କେତେକ ଘଟଣା ଓ ଦୃଶ୍ୟର ଉଦାହରଣ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+