ଟ୍ରମ୍ପ୍ଙ୍କ ନୂଆ ଟାରିଫ୍ ପରେ ବିବୃତି ଜାରି କଲା ବୈଦେଶିକ ମନ୍ତ୍ରାଳୟ
ଟ୍ରମ୍ପ୍ଙ୍କ ନୂଆ ଟାରିଫ୍ ପରେ ବିବୃତି ଜାରି କଲା ବୈଦେଶିକ ମନ୍ତ୍ରାଳୟ । ରୁଷିଆଠାରୁ ତୈଳ ଆମଦାନୀ ସମ୍ପର୍ଣ୍ଣ ଭାବେ ବ୍ୟବସାୟିକ ବିଷୟ । ୧୪୦ କୋଟି ଭାରତୟୀଙ୍କ ସ୍ବାର୍ଥକୁ ଦେଖି ତୈଳ ଆମଦାନୀ କରାଯାଉଛି । ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ ।
ଆମେରିକା ଦ୍ବାରା ଟାରିଫ୍ ଅଯୁକ୍ତିକର, ଅନ୍ୟାୟ ଓ ଅନୁଚିତ କାର୍ଯ୍ୟ । ଜାତୀୟ ସ୍ବାର୍ଥ୍ୟକୁ ସୁରକ୍ଷା ପାଇଁ ଭାରତ ଉଚିତ ପଦକ୍ଷେପ ନେବ ବୋଲି କହିଲେ MEA।

ଟ୍ରମ୍ପଙ୍କ ଟାରିଫ୍ ପ୍ରଥମେ ଭାରତୀୟ ରପ୍ତାନୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ, କିନ୍ତୁ ଏହା ଦୀର୍ଘକାଳୀନ ଭାବେ ଭାରତକୁ ନିଜର ଅର୍ଥନୀତିକୁ ବିବିଧୀକରଣ କରିବା, ଘରୋଇ ଉତ୍ପାଦନ ବୃଦ୍ଧି କରିବା ଓ ନୂଆ ବଜାର ଅନୁସନ୍ଧାନ କରିବାକୁ ପ୍ରୋତ୍ସାହିତ କରିପାରେ। ଭାରତ ଯଦି ଏହି ସୁଯୋଗକୁ ସଠିକ୍ ଭାବେ ବ୍ୟବହାର କରେ, ତେବେ ଏହା ଅର୍ଥନୀତିକୁ ଆହୁରି ସୁଦୃଢ଼ କରିପାରିବ।
ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି ଟାରିଫ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୦.୨% ରୁ ୦.୩% ପର୍ଯ୍ୟନ୍ତ ହ୍ରାସ ପାଇପାରେ। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ଓ ମାର୍କିନ ଯୁକ୍ତରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ୧୩୧.୮ ବିଲିୟନ ଡଲାରରେ ପହଞ୍ଚିଛି, ଯେଉଁଥିରୁ ୮୬.୫ ବିଲିୟନ ଡଲାର ରପ୍ତାନି ଏବଂ ୪୫.୩ ବିଲିୟନ ଡଲାର ଆମଦାନୀ। ଏହି ଟାରିଫ ଯୋଗୁ ଭାରତର ରପ୍ତାନି ପ୍ରଭାବିତ ହେବ, ଯାହା ଦ୍ୱାରା ଅର୍ଥନୀତି ଉପରେ ଚାପ ପଡ଼ିପାରେ।
ଭାରତୀୟ ଷ୍ଟକ ମାର୍କେଟରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି। ଟାରିଫ ଘୋଷଣା ପରେ BSE ସେନସେକ୍ସ ୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ଏବଂ ରୁପିର ମୂଲ୍ୟ ଡଲାର ତୁଳନାରେ ୮୫.୬୯କୁ ଖସିଛି।
ଭାରତୀୟ ଅର୍ଥନୀତି ପାଇଁ ଖରାପ ଖବର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନି ଉପରେ ୨୫% ଅତିରିକ୍ତ ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଏହା ସହିତ ରୁଷିଆରୁ ତୈଳ ଏବଂ ଅସ୍ତ୍ରଶସ୍ତ୍ର କିଣୁଥିବା କାରଣରୁ ଭାରତକୁ ଅତିରିକ୍ତ ଟାରିଫ ମଧ୍ୟ ଲଗାଇପାରେ। ଏହି ଟାରିଫ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ହୋଇପାରେ, କିନ୍ତୁ ଏହା କିଛି ଦୀର୍ଘକାଳୀନ ସୁଯୋଗ ମଧ୍ୟ ଆଣିପାରେ। ଆସନ୍ତୁ ଜାଣିବା ଏହି ଟାରିଫ ଭାରତ ପାଇଁ କିପରି ଲାଭଦାୟକ ହୋଇପାରେ।
ଟ୍ରମ୍ପଙ୍କ ଏହି ଟାରିଫ ଭାରତର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିବ, ଯେପରିକି:
ବସ୍ତ୍ର ଓ ପୋଷାକ: ଭାରତର ଟେକ୍ସଟାଇଲ ଶିଳ୍ପ ମାର୍କିନ ବଜାର ଉପରେ ର୍ନିଭରଶୀଳ। ଉଚ୍ଚ ଶୁଳ୍କ ଯୋଗୁ ଏହି ଉତ୍ପାଦଗୁଡ଼ିକର ଚାହିଦା କମିପାରେ।
ଅଳଙ୍କାର: ମୂଲ୍ୟବାନ ପଥର ଏବଂ ଅଳଙ୍କାର ରପ୍ତାନି ମଧ୍ୟ ପ୍ରଭାବିତ ହେବ।
ଅଟୋ ପାର୍ଟସ ଓ ଗାଡ଼ି: ଅଟୋମୋବାଇଲ ଶିଳ୍ପରେ ଉଚ୍ଚ ଉତ୍ପାଦନ ଖର୍ଚ୍ଚ ଏବଂ ଚାକିରୀ ହ୍ରାସର ଆଶଙ୍କା ରହିଛି।
ଚର୍ମ ଓ ରାସାୟନିକ ଉତ୍ପାଦ: ଏହି କ୍ଷେତ୍ରଗୁଡ଼ିକରେ ମଧ୍ୟ ରପ୍ତାନି ହ୍ରାସ ପାଇପାରେ।
ତେବେ, ଔଷଧ, ଇଲେକ୍ଟ୍ରୋନିକ୍ସ ଏବଂ ଶକ୍ତି ସମ୍ବନ୍ଧୀୟ ଉତ୍ପାଦଗୁଡ଼ିକ ଏହି ଟାରିଫରୁ ମୁକ୍ତ ରହିଛି, ଯାହା ଭାରତ ପାଇଁ କିଛିଟା ଆଶ୍ୱାସନା ଦେଇଛି।
ଟାରିଫ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ହୋଇପାରେ, କିନ୍ତୁ ଏହା କିଛି ଦୀର୍ଘକାଳୀନ ସୁଯୋଗ ମଧ୍ୟ ଆଣିପାରେ। ଆସନ୍ତୁ ଜାଣିବା ଏହି ଟାରିଫ ଭାରତ ପାଇଁ କିପରି ଲାଭଦାୟକ ହୋଇପାରେ।












Click it and Unblock the Notifications