Get Updates
Get notified of breaking news, exclusive insights, and must-see stories!

ବିପର୍ଯ୍ୟୟ ମୁକାବିଲାରେ ଓଡିଶାକୁ ପ୍ରଶଂସା କଲେ ଭୂବିଜ୍ଞାନ ସଚିବ ମାଧବନ ରାଜୀବନ୍

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପ୍ରଶଂସା। ଟ୍ବିଟ କରି ଓଡିଶାବାସୀ ଓ ରାଜ୍ୟ ସରକାରଙ୍କ ପଦକ୍ଷପକୁ ଭୂୟସୀ ପ୍ରଶଂସା କରିଛନ୍ତି ରାଜୀବନ ।

ଭୁବନେଶ୍ବର: ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପ୍ରଶଂସା। ଟ୍ବିଟ କରି ଓଡିଶାବାସୀ ଓ ରାଜ୍ୟ ସରକାରଙ୍କ ପଦକ୍ଷପକୁ ଭୂୟସୀ ପ୍ରଶଂସା କରିଛନ୍ତି ରାଜୀବନ ।

Madhavan Rajeevan

ମୁଖମନ୍ତ୍ରୀଙ୍କ ଏକ ଟ୍ବିଟକୁ ରି-ଟ୍ବିଟ କର ସେ ଲେଖିଛନ୍ତି, ୧୯୯୯ ସୁପର ସାଇକ୍ଲୋନ ଠାରୁ ଓଡ଼ିଶାବାସୀ ଅନେକ ଶିକ୍ଷାକରି କିପରି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିହେବ ତାହା ନିର୍ଦ୍ଧାରଣ କରିଛନ୍ତି। ଅନ୍ୟ ରାଜ୍ୟମାନେ ଶିକ୍ଷା ଲାଭ କରିବା ଉଚିତ ।

ତେବେ ମାଧବନଙ୍କ ଟ୍ବିଟର ଉତ୍ତର ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଓଡିଶାର ଏ ସଫଳତା ଗୋଟେ ରାତିରେ ମିଳିନି ବରଂ ୨୦ବର୍ଷ ଧରି ଓଡିଶା ଯେଉଁ ଅସାଧାରଣ ସଫଳତା ହାସଲ କରିଛି ତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ । ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କ ନେୃତ୍ବରେ ଆଜି ଓଡିଶା ସଫଳତା ଓ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ସେହିପରି ମିଳିତ ଜାତିସଂଘ (ଜାତିସଂଘ) ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍‌ ବା UNDRR ମୁଖ୍ୟ ମାମି ମିଜୁତୋରି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+