ବଢିବ ବାୟୁସେନା ବଳ, ୧୨ ସୁପର ସୁଖୋଇ ପାଇଁ ଚୁକ୍ତି ସ୍ୱାକ୍ଷରିତ

ଭାରତୀୟ ବାୟୁସେନାର ଶକ୍ତି ଏବେ ବଢ଼ିବାକୁ ଯାଉଛି । ଏୟାରଫୋର୍ସକୁ ମିଳିବ ୧୨ ସୁପର ସୁଖୋଇ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସହିତ ୧୩,୫୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ସ୍ବଦେଶୀ ଟେକନିକରେ ତିଆରି ହେବ ଏହି ଆଡଭାନ୍ସଡ ୧୨ ସୁପର ସୁଖୋଇ 30MKI ଯୁଦ୍ଧ ବିମାନ । ବାୟୁସେନାକୁ ମିଳିବାକୁ ଯାଉଥିବା ସ୍ବଦେଶୀ ନିର୍ମିତ ୧୨ ସୁଖୋଇ 30MKI ଯୁଦ୍ଧ ବିମାନରେ ଖତରନାଖ ଷ୍ଟେଲ୍ଥ, ଟେକ୍ନୋଲୋଜି, ଏଇଏସଏ ରାଡାର, ମିଶନ କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ୱାରଫେୟର ରହିଛି ।

ଏହି ନୂଆ ଫାଇଟର ଜେଟରେ ୬୨% ପ୍ରତିଶତ ସ୍ବଦେଶୀ ଯନ୍ତ୍ର ରହିଛି । ଯାହା ଦେଶୀ ରକ୍ଷା ଉଦ୍ୟୋଗକୁ ବୃଦ୍ଧି କରିବ । ହାଲର ନାସିକ ପ୍ଳାଣ୍ଟ ଏହାର ନିର୍ମାଣ କାର୍ଯ୍ୟ କରିବ । ଭାରତୀୟ ବାୟୁସେନାର ୮୪ Su-30MKI ସୁପର ସୁଖୋଇ ତିଆରି କରିବାର ଏହା ପ୍ରଥମ ପର୍ଯ୍ୟାୟ । ଶତ୍ରୁ ଦେଶକୁ ଚକମା ଦେବ ସୁଖୋଇ 30MKI ।

ଭାରତ ସରକାରଙ୍କ ସୁରକ୍ଷା ସମ୍ପର୍କିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ କମିଟି (ସିସିଏସ) ୧୨ଟି ସୁଖୋଇ-୩୦ ଫାଇଟର ଜେଟ୍ କ୍ରୟ ଉପରେ ମୋହର ଲଗାଇଛନ୍ତି। ଏଥି ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ସହିତ ୧୩,୫୦୦ କୋଟି ଟଙ୍କାର ଡିଲରେ ସ୍ୱାକ୍ଷର କରିଛନ୍ତି। ଭାରତରେ ଏହି ଜେଟ୍ ଗୁଡିକର ଉତ୍ପାଦନ ଋଷିଆ ଲାଇସେନ୍ସ ଅନୁସାରେ ହେବ।

Sukhoi

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରାଯାଇଥିବା ବେଳେ କୁହାଯାଇଛି ଯେ ଏହି ଜେଟ୍ ଗୁଡିକର ଉତ୍ପାଦନ ଏଚଏଏଲର ନାସିକ୍ ଫ୍ୟାକ୍ଟ୍ରିରେ କରାଯିବ ଓ ଏଥିରେ ସ୍ୱଦେଶୀକରଣର ଭାଗ ୬୨.୬ ପ୍ରତିଶତ ରହିବ। ଏହି ଫ୍ୟାକ୍ଟ୍ରିରୁ ପ୍ରଥମେ ମିଗ୍ ଓ ପରେ ଋଷିଆ ଲାଇସେନ୍ସରେ ସୁଖୋଇ-୩୦ ଫାଇଟର ଜେଟର ଉତ୍ପାଦନ ହୋଇସାରିଛି। ୧୯୯୦ ମସିହାରେ ଋଷିଆ ସହିତ ଭାରତ ୨୭୨ଟି ସୁଖୋଇ-୩୦ ବିମାନ ନିମନ୍ତେ ଡିଲ କରିଥିଲା।

ଏଥିରୁ କିଛି ସିଧା ଋଷିଆରୁ ତିଆରି ହୋଇ ଆସିଥିବା ବେଳେ ବାକି ଉତ୍ପାଦନ ଭାରତରେ ଏଚଏଏଲ କରିଥିଲେ। ଏଥିରୁ ୧୩ଟି ସୁଖୋଇ-୩୦ ଏୟାରକ୍ରାଫ୍ଟ କ୍ରାସ୍ ହୋଇଥିବା ବେଳେ ଏବେ ବିଭିନ୍ନ ସ୍କ୍ୱାଡ୍ରନରେ ୨୫୯ଟି ସୁଖୋଇ-୩୦ ବିମାନ ଅଛି। ଏହି ଅଭାବ ପୁରଣ କରିବା ପାଇଁ ୧୨ଟି ସୁଖୋଇ-୩୦ ଜେଟ୍ ଲାଗି ଡିଲ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+