ନୂଆ ଢ଼ଙ୍ଗରେ ପ୍ରଚାର କରିଲେ ସ୍ମୃତି
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଲୋକସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ଗୁଡ଼ିକ ଏବେ କରୁଛନ୍ତି ଜୋରଦାର ପ୍ରଚାର । ନେତା ଏବେ ବିଭିନ୍ନ ଢ଼ଙ୍ଗରେ କରୁଛନ୍ତି ପ୍ରଚାର । ଲୋକଙ୍କ ନିକଟତର ହେବାକୁ ଜୋରଦାର ଚେଷ୍ଟା କରୁଛନ୍ତି ନେତା । ଆଉ ଏବେ ନୂଆ ଢ଼ଙ୍ଗରେ କେନ୍ଦ୍ରମନ୍ତ୍ରୀ ତଥା ଆମେଠି ଆସନରୁ ବଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ଦେଖିବାକୁ ମିଳିଛି । ସ୍ମୃତିଙ୍କ ଲାଗି ଏପ୍ରିଲ ୨୯ ତାରିଖ ଦିନ ଏକ ବିଶାଳ ରୋଡ ସୋ'ର ଆୟୋଜନ କରାଯାଇଥିଲା ।
ଏହି କ୍ରମରେ ସ୍ମୃତି ଆମେଠି ନିର୍ବାଚନମଣ୍ଡଳୀରେ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରଚାର ସମୟରେ ଏକ ନୂଆ ଗେଟ୍ଅପ୍ରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନରୁ ଲଢୁଥିବା ଇରାନୀ ସ୍କୁଟିରେ ବୁଲି ବୁଲି ନିଜ ପାଇଁ ପ୍ରଚାର କରିବା ସହିତ ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି ।

ତେବେ ସେ ପ୍ରଚାରକୁ ଯିବା ପୂର୍ବରୁ ରାମ ମନ୍ଦିର ଯାଇ ରାମ ଲାଲାଙ୍କ ଦର୍ଶନ କରିଥିଲେ । ଇରାନୀ ସ୍କୁଟି ଚଳାଇ ଯାଉଥିବା ସମୟରେ ଲୋକେ ତାଙ୍କ ନିକଟକୁ ଆସି ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା । ସେ ଏକ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ । ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏହାପରେ ରାହୁଲ ଗାନ୍ଧୀ ପ୍ରାୟ ୪.୧୩ ଲକ୍ଷ ଭୋଟ୍ ପାଇଥିବା ବେଳେ ସ୍ମୃତି ଇରାନୀ ପାଖାପାଖି ୪ ଲକ୍ଷ ୬୮ ହଜାର ଭୋଟ୍ ପାଇଥିଲେ । ତେଣୁ ପାଖାପାଖି ୫୫ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ସ୍ମୃତି ଇରାନୀ ।












Click it and Unblock the Notifications