କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ମିଲିନ୍ଦ ଦେଓରା; ଶିବସେନାରେ ହୋଇପାରନ୍ତି ସାମିଲ
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ମିଲିନ୍ଦ ଦେଓରା। ଏ ନେଇ ସେ ନିଜ 'ଏକ୍ସ' ଏକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ଝଟକା ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ଏକନାଥଙ୍କ ନେତୃତ୍ୱାଧିନ ଶିବସେନାରେ ସାମିଲ ହୋଇପାରନ୍ତି ।
୪୭ ବର୍ଷୀୟ ମିଲିନ୍ଦ ଲେଖିଛନ୍ତି, ଆଜି ମୋ ରାଜନୀତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି । ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ।
ମିଲିନ୍ଦ ଦେଓରା ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସଭବନରେ ଅପରାହ୍ଣ ସାଢେ ଗୋଟାଏ ସମୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ସାମିଲ ହେବେ। ମିଲିନ୍ଦ ଦେଓରା ଙ୍କ ସହ ୧୦ ପୂର୍ବ ପରିଷଦ, ୨୦ ପଦାଧିକାରୀ, ୧୫ ଟ୍ରେଡ ଆସୋସିଏସନ ଓ ୪୫୦ କାର୍ଯ୍ୟକର୍ତ୍ତା ମଧ୍ୟ ଶିବସେନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଶନିବାର ଦିନ ମିଲିନ୍ଦ କଂଗ୍ରେସ ଛାଡିବା ଖବରକୁ ଅସ୍ୱୀକାର କରିଥିଲେ ।
ମିଲିନ୍ଦ କଂଗ୍ରେସ ଛାଡିବାର କାରଣ INDIA ଗଠବନ୍ଧନ ବୋଲି କୁହାଯାଉଛି। ବାସ୍ତବରେ, ମିଲିନ୍ଦ ମୁମ୍ବାଇର ଦକ୍ଷିଣ ଆସନରୁ ନିର୍ବାଚନ ଲଢୁଛନ୍ତି, ଯେଉଁଥିରେ ଉଦ୍ଧବ ଠାକରେଙ୍କ ଶିବସେନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାବି କରିଥିଲେ। ତେଣୁ ଯଦି ମିଲିନ୍ଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଅସମର୍ଥ ତେବେ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଗତ ଦୁଇଟି ଲୋକସଭା ନିର୍ବାଚନରେ ଏହାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା












Click it and Unblock the Notifications