ମିଲିନ୍ଦ ଦେଓରା ଶିବସେନାରେ ହେଲେ ସାମିଲ, ମୁଖ୍ୟମନ୍ତ୍ରୀ ସିନ୍ଦେ ଦେଲେ ସଦସ୍ୟତା ପ୍ରଦାନ
ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସରୁ ମିଲିନ୍ଦ ଦେଓରା ଦେଇଥିଲେ ଇସ୍ତଫା । ପୁଣି ଆଜି ୧୪ ଜାନୁଆରୀ ରବିବାର ଶିବସେନା (ସିନ୍ଦେ ଦଳ)ରେ ସାମିଲ ହୋଇଛନ୍ତି । ମିଲିନ୍ଦ ସାମିଲ ହେବା ସମୟରେ ମୁମ୍ବାଇ କଂଗ୍ରେସର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କୁ ପାର୍ଟି ପତାକା ଦେଇଥିଲେ ଏବଂ ତାଙ୍କୁ ଶିବସେନାର ସଦସ୍ୟତା ଦେଇଥିଲେ । ମିଲିନ୍ଦ ହେଉଛନ୍ତି ଭେଟେରାନ କଂଗ୍ରେସ ନେତା ମୁର୍ଲି ଦେଓରାଙ୍କ ପୁଅ । ମିଲିନ୍ଦ ତାଙ୍କ ଇସ୍ତଫା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

ସେ ତାଙ୍କ ଇସ୍ତଫା ଉପରେ ସୁଚନା ସୋସିଆଲ ମିଡିଆରେ ଦେଇ ଲେଖିଥିଲେ ଯେ, ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହେଲା । ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି । ଏହା ସହିତ ପାର୍ଟି ସହିତ ମୋର ପରିବାରର ୫୫ ବର୍ଷର ସମ୍ପର୍କ ଶେଷ ହୋଇଛି । ଶନିବାର ଦିନ ମିଲିନ୍ଦଙ୍କ ଦଳ ଛାଡିବାର ଖବର ଗଣମାଧ୍ୟମରେ ଆସିବା ପରେ ସେ କହିଥିଲେ ଯେ ସେ ସେପରି କିଛି କରୁନାହାଁନ୍ତି ।
ମିଲିନ୍ଦ ଦେଓରା ଦଳ ଛାଡିବା ପରେ କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ ଇସ୍ତଫା ସମୟ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପିତା ମୁର୍ଲି ଦେଓରା କଂଗ୍ରେସର ଜଣେ ବଡ ନେତା ଥିଲେ । ତାଙ୍କର ସବୁ ଦଳ ସହ ବନ୍ଧୁତା ଥିଲା, କିନ୍ତୁ ସେ କଂଗ୍ରେସର ଜଣେ ସ୍ଥିର ତଥା ନିଷ୍ଠାପର ନେତା ଥିଲେ ।
କଂଗ୍ରେସରୁ ଇସ୍ତଫା ଦେବା ପରେ ମିଲିନ୍ଦ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ସେ ଗଣମାଧ୍ୟମକୁ କହିଥିଲେ ଯେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ସାମ୍ବାଦିକ ସମ୍ମିଳନୀ ସହ ଜଡିତ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।












Click it and Unblock the Notifications