ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଝଟକା, ତୀବ୍ରତା 2.8
ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଯାହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ସକାଳ ୮ଟା ୪୪ ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୮ ଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ଅବସ୍ଥିତ। ଭୂମିକମ୍ପର ଗଭୀରତା ପ୍ରାୟ ୫ କିଲୋମିଟର ବୋଲି ଆକଳନ କରାଯାଇଛି।

ମୃଦୁ ଭୂମିକମ୍ପ ଯୋଗୁଁ ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ତଥାପି କେତେକ ଲୋକ ଚେୟାର ଏବଂ ପଙ୍ଖା ଥରିଥିବା ଅନୁଭବ କରିଥିବା ସୂଚନା ଦେଇଛନ୍ତି, ଯେତେବେଳେ ଅନ୍ୟମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଛନ୍ତି। ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନିଶ୍ଚିତ କରିନାହିଁ। ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଗତ ଜାନୁଆରୀ ୧୪ ତାରିଖରେ ଦିଲ୍ଲୀରେ ଏକ ଭୂମିକମ୍ପ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ସୋନିପତର ଗୋହାନା ଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିଲା। ଭୂମିକମ୍ପର ଝଟକା ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା, ଯାହା ଫଳରେ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରି ପଳାଇ ଯାଇଥିଲେ।












Click it and Unblock the Notifications