ମୁମ୍ବାଇ ହିଟ୍ ଆଣ୍ଡ୍ ରନ୍ ମାମଲା: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ମିହିର ଶାହ । ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହେଲେ ମିହି ।ର୍ ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ । ୨୪ବର୍ଷିୟ ମିହିର ଶାହା ରବିବାରଠାରୁ ଫେରାର ଥିଲେ । ମିହିର୍ ଚଳାଉଥିବା ବିଏମଡବ୍ଲୁ ୪୫ବର୍ଷ ବୟସ୍କା ମହିଳା କାବେରୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ପରେ ଅଭିଯୁକ୍ତ ମିହିର୍ ଫେରାର ହୋଇଯାଇଥିବା ବେଳେ ସେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହୋଇଥିବାରୁ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏହି କାରଣରୁ ପୁଲିସ ରାଜେଶ ଶାହଙ୍କୁ ଥାନାରେ ଅଟକ ରଖିଥିଲା ।


ସୁଚନାଯୋଗ୍ୟ, ଜୁଲାଇ ୭ ତାରିଖ ସକାଳ ସମୟରେ ୱର୍ଲିର ଆନି ବେଶାନ୍ତ ରୋଡରେ ମିହିରଙ୍କ ବିଏମ୍‌ଡବ୍ଲ କାର୍ ଦମ୍ପତିଙ୍କୁ ସ୍କୁଟରକୁ ଧକ୍କା ଦେଇଥିଲା ଓ ଫଳରେ କାବେରୀ ନଖୱା ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କ ସ୍ୱାମୀ ପ୍ରଦୀପ ଆହତ ହୋଇଥିଲେ ଓ ଏହି ବିଏମ୍‌ଡବ୍ଲ ର୍କାଟି ମିହିର ଶାହ ଚଳାଉଥିଲେ ।

Mumbai BMW hit-and-run accused

ତାଙ୍କ ଡ୍ରାଇଭର ରାତ୍ରିଶ ବିଦାୱତ ତାଙ୍କ ପାଖ ସିଟ୍‌ରେ ବସିଥିଲେ । ଦୁର୍ଘଟଣା ଘଟାଇବା ପରେ ମିହିର ଶାହ ଫେରାର୍ ହୋଇଯାଇଥିଲା । ଫେରାର୍ ହେବାର ୩ ଦିନ ପରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି । ଏହା ପୂର୍ବରୁ ଶିବସେନା ନେତା ମିଲିନ୍ଦ ଦେଓରା ମଧ୍ୟ ମିହିରଙ୍କ ଗିରଫଦାରୀ ଦାବି କରିଥିଲେ । ଦୁର୍ଘଟଣା ପଛରେ ରେ ଶିବସେନା ନେତାଙ୍କ ପୁଅ ଅଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦେଓରା କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+