ମୁମ୍ବାଇରୁ ଆମେରିକା ଯାଉଥିବା ଏୟାର ଇଣ୍ଡିଆ ବିମାନର ଜରୁରୀ ଅତରଣ, ସାମ୍ନାକୁ ଆସିଲା କାରଣ

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମେରିକାର ନୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ AI ୧୯୧ ଉଡ଼ାଣ ଭରିବାର କିଛି ସମୟ ପରେ ମୁମ୍ବାଇ ଫେରିଛି । ମୁମ୍ବାଇରେ ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ । ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ବୈଷୟିକ ତ୍ରୁଟି ଦେଖାଦେବା ପାଇଲଟ ଆଶଙ୍କା କରିଥିଲେ । ତେଣୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରିଥିଲେ । ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା ।

ଖବର ମୁତାବକ, ଏୟାର ଇଣ୍ଡିଆ ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାତି ୧.୧୪ ମିନିଟରେ ଉଡ଼ାଣ ଭରିଥିଲା । କିନ୍ତୁ ଅଧା ଘଣ୍ଟା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେଣୁ ପାଇଲଟ ବିମାନକୁ ମୁମ୍ବାଇ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ଭୋର ୩ଟାରେ ବିମାନଟି ଜରୁରୀ ଅବତରଣ କରିଥିଲା ।

Air India

ଆଉ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା । ଦିନକୁ ଦିନ ଏୟାର ଇଣ୍ଡିଆ ବିମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଜୁନ୍ ୧୬ରେ ହଂକଂରୁ ଦିଲ୍ଲୀ ଆସୁଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ସେହିପରି ୨୧ ଜୁଲାଇରେ ଦିଲ୍ଲୀ କୋଲକତା ବିମାନରେ ଯାନ୍ତ୍ରିକ ତ୍ରୁଟି ସୂଚନା ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+