ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ଦାବି କରିବା ପରେ ବିମାନକୁ ଅହମଦାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ଏହି ଖବର ଶୁଣିବା ପରେ କ୍ରୁ ମେମ୍ବର୍ସ ତୁରନ୍ତ ଖବର ପାଇଲଟ ଏବଂ ସୁରକ୍ଷା ଏଜେନ୍ସୀଙ୍କୁ ଦେଇଥିଲେ । ବିମାନରେ ମୋଟରେ ୧୮୦ ଜଣ ଯାତ୍ରୀ ରହିଥିଲେ ।

ଖବର ମୁତାବକ, ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ ନିଜ ପାଖରେ ବୋମା ଥିବା କହିଥିଲେ । ଏହା ଶୁଣିବା ପରେ କ୍ରୁ ମେମ୍ବର୍ସ ଏବଂ ଅନ୍ୟ ଯାତ୍ରୀ ଆଲର୍ଟ ହୋଇଯାଇଥିଲେ । ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେବା ପରେ ବିମାନକୁ ଅହମଦାବାଦ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା । ସକାଳ ୧୧.୩୦ ମିନିଟରେ ବିମାନଟି ଅହମଦାବାଦ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । ଏହାପରେ ସିଆଇଏସଏଫ ଏବଂ ଏୟାରପୋର୍ଟ ସୁରକ୍ଷା ଟିମ୍ ବିମାନକୁ ଯାଞ୍ଚ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ବୋମା ନିଷ୍କ୍ରିୟ ଟିମ୍ ବିମାନକୁ ଯାଞ୍ଚ କରିବା ପରେ ମଧ୍ୟ ଏଯାଏଁ ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବିମାନରେ ୧୮୦ ଯାତ୍ରୀ ରହିଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications