ବିଦେଶରେ ଚମକିଲେ ଭାରତୀୟ: Microsoft Windows'ର ମୁଖ୍ୟ ହେଲେ ପବନ ଦାବୁଲୁରି
Microsoft Windows CEO Pawan Davuluri: ଆଇଆଇଟି ମାଡ୍ରାସରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପୱନ ଦାବୁଲୁରିଙ୍କୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଏବଂ ସର୍ଫେସର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ପୱନ ଦାବୁଲୁରି ପୂର୍ବରୁ ସର୍ଫେସ୍ ଗ୍ରୁପ ମୁଖ୍ୟ ଥିଲେ ପାନୋସ ପାନେୟଙ୍କ ଇସ୍ତଫା ପରେ ତାଙ୍କୁ ବର୍ତ୍ତମାନ ଉଭୟ ୱିଣ୍ଡୋଜ୍ ଏବଂ ସର୍ଫେସ୍ ବିଭାଗର ନେତୃତ୍ୱ ନେବାର ଦାୟିତ୍ୱ ମିଳିଛି । ଗୁଗଲ୍ ସିଇଓ ପିଚାଇ ଏବଂ ମାଇକ୍ରୋସପ୍ଟର ସିଇଓ ସତ୍ୟ ନାଡେଲାଙ୍କ ପରେ ଏବେ ଆଉ ଜଣେ ଭାରତୀୟ ବିଶ୍ୱସ୍ତରୀୟ କମ୍ପାନୀରେ ଗୁରୁଦାୟିତ୍ୱ ତୁଳାଇବେ ।
ମାଇକ୍ରୋସଫ୍ଟର Device Experience Department'ର ମୁଖ୍ୟ ରାଜେଶ ଝା କହିଛନ୍ତି ଯେ, ପୱନ କୁମାର ଦାବୁଲୁରିଙ୍କୁ ମାଇକ୍ରୋସଫ୍ଟ ୱିଣ୍ତୋଜ ଦାୟିତ୍ୱ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେ ନିଜ ଟିମ୍ ସହ ମିଶି କାର୍ଯ୍ୟ କରିବେ ଏବଂ ମୋତେ ରିପୋର୍ଟ ଦେବେ । ଏହା AI ଯୁଗରେ ଏହାର ଉପକରଣ ଏବଂ ଅଭିଜ୍ଞତା ଗଠନ ପାଇଁ ଏକ 'ସାମଗ୍ରିକ ଆଭିମୁଖ୍ୟ'ଗ୍ରହଣ କରିବାରେ ସାହାଯ୍ୟ କରିବ । ଶିଳ୍ପା ରଙ୍ଗନାଥନ୍ ଏବଂ ଜେଫ୍ ଜନସନ ଏବଂ ସେମାନଙ୍କ ଦଳ ସିଧାସଳଖ ପୱନଙ୍କୁ ରିପୋର୍ଟ କରିବେ। ୱିଣ୍ଡୋଜ୍ ଟିମ୍ AI, ସିଲିକନ୍, ଏବଂ ଅଭିଜ୍ଞତା ଉପରେ ମାଇକ୍ରୋସଫ୍ଟ AI ଦଳ ସହିତ ମିଶି କାର୍ଯ୍ୟ ଜାରି ରଖିବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୱନ କୁମାର ଦାବୁଲୁରି ଆଇଆଇଟି ମାଡ୍ରାସରୁ ସ୍ନାତକ ଏବଂ ତାଙ୍କର ଲିଙ୍କଡଇନ ପ୍ରୋଫାଇଲ ଅନୁଯାୟୀ ସେ ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି। ପୱନ 2001ରେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ । ତାଙ୍କର 23 ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ନେତୃତ୍ୱ ପଦବୀରେ ସେ ରହିଆସିଛନ୍ତି ଏବଂ ସେ PC ଏବଂ Xbox ହାର୍ଡୱେର୍, ସର୍ଫେସ୍ ଏବଂ ୱିଣ୍ଡୋଜ୍ ଉପରେ କାର୍ଯ୍ୟ କରୁଥିବା ନେଇ ସୂଚନା ପ୍ରକାଶ ପାଇଛି ।












Click it and Unblock the Notifications