AI ପାଇଁ ମାଇକ୍ରୋସଫ୍ଟ ଭାରତରେ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ମାଇକ୍ରୋସଫ୍ଟ ଭାରତରେ ଆସନ୍ତା ୪ ବର୍ଷ ଭିତରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଭିତ୍ତିଭୂମି ନିର୍ମାଣରେ ୧୭.୫ ବିଲିଅନ୍ ଡଲାର ନିବେଶ କରିବ । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଉଠାଇଥିବା ଫଟୋ 'ଏକ୍ସ'ରେ ସେୟାର କରି ସେ ଲେଖିଛନ୍ତି ଭାରତରେ ଏଆଇ ସୁଯୋଗ ସମ୍ପର୍କରେ ଉତ୍ସାହପ୍ରଦ ଆଲୋଚନା ହେଲା। ଦେଶର ଅଭିଳାଷକୁ ସାକାର କରିବା ପାଇଁ କମ୍ପାନି ଏଆଇ କ୍ଷେତ୍ରରେ ୧୭.୫ ବିଲିଅନ ଡଲାର (ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା) ନିବେଶ କରିବ । ଏସିଆରେ ଏହା ମାଇକ୍ରୋସଫ୍ଟର ସର୍ବାଧିକ ନିବେଶ ବୋଲି ସେ କହିଛନ୍ତି ।

Microsoft

ନାଦେଲାଙ୍କ ପୋଷ୍ଟ୍‌ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ରଖି କହିଛନ୍ତି ଏଆଇ ପ୍ରସଙ୍ଗରେ ଭାରତକୁ ନେଇ ବିଶ୍ବ ଆଶାବାଦୀ ରହିଛି। ସତ୍ୟ ନାଦେଲାଙ୍କ ସହ ସଫଳ ଆଲୋଚନା ହେଲା। ଏସିଆର ସର୍ବାଧିକ ନିବେଶ ମାଇକ୍ରୋସଫ୍ଟ ଭାରତରେ କରିବା ଖବର ମୋତେ ଖୁସି ଦେଇଛି। ଏକ ଉତ୍ତମ ପୃଥିବୀ ପାଇଁ ଏଆଇର ଉପଯୋଗ ଓ ନବସୃଜନରେ ଭାରତର ଯୁବକମାନେ ସୁଯୋଗ ନେବେ ବୋଲି ସେ କହିଛନ୍ତି ।

କମ୍ପାନି ୨୦୨୬ରୁ ୨୦୨୯ ମଧ୍ୟରେ ଏହି ନିବେଶ କରିବ। ଦେଶର କ୍ଲାଉଡ୍ ଓ ଏଆଇ ଭିତ୍ତିଭୂମି, ଦକ୍ଷତା ଏବଂ ବର୍ତ୍ତମାନର କ୍ଷମତାକୁ ଆଗକୁ ନେବ। ଚଳିତ ବର୍ଷ ପୂର୍ବରୁ କମ୍ପାନି ବେଙ୍ଗାଲୁରୁଠାରେ ଏଆଇ ଭିତ୍ତିଭୂମି ପାଇଁ ୩ ବିଲିଅନ ଡଲାର ନିବେଶ କରିବ ବୋଲି ‌ଘୋଷଣା କରିଥିଲା । ସେହି ରାଶିକୁ ଆସନ୍ତା ୨ ବର୍ଷରେ ନିବେଶ କରାଯିବ ବୋଲି କମ୍ପାନି କହିଥିଲା। ତେଣୁ ଆସନ୍ତା ୪ ବର୍ଷରେ କମ୍ପାନି ଭାରତରେ ୨୦ ବିଲିଅନ ଡଲାରରୁ ଅଧିକ ରାଶି ନିବେଶ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+