କଂଗ୍ରେସ ସଭାପତି ଖଡ଼ଗେଙ୍କୁ 'ଅପମାନ', ସଂସଦରେ କହୁଥିବା ବେଳେ ବନ୍ଦ ହୋଇଗଲା ମାଇକ୍
ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ବିରୋଧ ପ୍ରଦର୍ଶନ ଓ ହଟ୍ଟଗୋଳ ଦେଖିବାକୁ ମିଳୁଛି । ଏନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି । ତେବେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ମଣିପୁର ପ୍ରସଙ୍ଗରେ କହୁଥିବା ବେଳେ ହଠାତ ତାଙ୍କ ମାଇକ ବନ୍ଦ ହୋଇଯାଇ ଥିଲା । ଯାହାକୁ ସେ ଦୃଢ଼ ବିରୋଧ କରି କହିଛନ୍ତି ଯେ, ଏହା ତାଙ୍କ ପ୍ରତି ଅପମାନ ।

ବୁଧବାର ମଧ୍ୟ ମଣିପୁରରେ ହୋଇଥିବା ହିଂସାକୁ ନେଇ ଗୃହରେ ଆଲୋଡ଼ନ ସୃଷ୍ଟି ହୋଇଛି । ଖାର୍ଗେ କହିଛନ୍ତି, ମଙ୍ଗଳବାର ମୋ ପ୍ରତି ଅପମାନ କରାଯାଇଛି । ଏହା ମୋର ଆତ୍ମ ସମ୍ମାନର ବିଷୟ । ମଣିପୁରରେ କି ପ୍ରକାର ହିଂସା ଚାଲିଛି ସେ ସମ୍ପର୍କରେ ଆମେ ସରକାରଙ୍କ ଉତ୍ତର ଚାହୁଁଛୁ । ଆମେ ଚାହୁଁ ଦେଶର ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତ୍ତି ଦିଅନ୍ତୁ ।
ତେବେ ଏହି ସମୟରେ ଖାର୍ଗେଙ୍କ ପଛରେ କଂଗ୍ରେସ ସାଂସଦମାନେ ଠିଆ ହୋଇଥିଲେ । ଯାହାକୁ ରାଜ୍ୟସଭା ଅଧ୍ୟକ୍ଷ ବିରୋଧ କରିଥିଲେ । ଯାହାକୁ ନେଇ ଖାର୍ଗେ କହିଥିଲେ, ସେମାନେ ମୋ ପଛରେ ଠିଆ ହେବେନି କଣ ସେ ମୋଦିଜୀଙ୍କ ପଛରେ ଠିଆ ହେବେ । ଏହା କହିବା ମାତ୍ରେ ଗୃହରେ ଭାଜପା ସାଂସଦମାନେ ମୋଦି-ମୋଦି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଗୃହର ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି ।












Click it and Unblock the Notifications