CISFର ଦୁଇଟି ନୂଆ ବାଟାଲିୟନକୁ ମଞ୍ଜୁରୀ ଦେଲା ଗୃହ ମନ୍ତ୍ରଣାଳୟ, ନିଯୁକ୍ତି ହେବେ ଏତିକି ହଜାରେ
କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ - CISFରେ ୨ଟି ନୂଆ ରିଜର୍ଭ ବାଟାଲିୟନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । । ଫଳରେ ବାଟାଲିୟନ ସଂଖ୍ୟା ୧୩ରୁ ୧୫ରେ ପହଞ୍ଚିଛି । ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ନୂଆ ବାଟାଲିୟନରେ ପାଖାପାଖ ହଜାରେ ୨୫ଜଣ କର୍ମଚାରୀ ରହିବେ ଓ ସେମାନଙ୍କୁ ତଦାରଖ କରିବା ପାଇଁ ବରିଷ୍ଠ କମାଣ୍ଡାଣ୍ଟ ସ୍ତରର ଅଧୁକାରୀଙ୍କୁ ଦାୟିତ୍ୱ ଦିଆଯିବ ।

CISFର ଚାହିଦାକୁ ଦୃଷ୍ଟିରେ ରଖାଯାଇ ଏଭଳି ନୂଆ ବାଟାଲିୟନ ସୃଷ୍ଟି କରାଯାଇଛି । ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଏଭଳି ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି । ଉଚ୍ଚ ନିରାପତ୍ତା ସମ୍ପନ୍ନ ଚେର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନରେ ଏହି କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।












Click it and Unblock the Notifications