ଡିଜିଟାଲ୍ ଆରେଷ୍ଟ ଠକେଇ ଉପରେ MHA ର କଡ଼ା ପ୍ରହାର, ସାରାଦେଶରେ ଅଭିଯାନ ଆରମ୍ଭ
ଦେଶର ବିଭିନ୍ନ ବଡ଼ ସହରରେ 'ଡିଜିଟାଲ୍ ଅରେଷ୍ଟ' ନାମରେ ବଢ଼ୁଥିବା ସାଇବର ଠକେଇ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ (MHA) କଡ଼ା ପଦକ୍ଷେପ ନେଇଛି। ଏହି ଠକେଇରେ ପ୍ରଧାନତଃ ବରିଷ୍ଠ ନାଗରିକମାନେ ଶିକାର ହେଉଥିବାବେଳେ କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ହେଉଛି।

ଅଧିକାରୀମାନଙ୍କ କହିବା ଅନୁଯାୟୀ, ଠକମାନେ ଦିଲ୍ଲୀ ପୋଲିସ, CBI ଓ TRAI ଭଳି ସଂସ୍ଥାର ନାମ ନେଇ ଭିଡିଓ କଲ୍, ନକଲି ୟୁନିଫର୍ମ ଓ ଅଫିସ୍ ଭଳି ପୃଷ୍ଠଭୂମି ବ୍ୟବହାର କରି ଲୋକମାନଙ୍କୁ ଭୟଭୀତ କରୁଛନ୍ତି। ପରେ RBI କିମ୍ବା ସରକାରୀ ଏଜେନ୍ସିର ନାମରେ ଟଙ୍କା ଟ୍ରାନ୍ସଫର୍ କରାଯାଉଛି।
MHA ସମସ୍ତ ରାଜ୍ୟ ପୋଲିସ ଓ ସାଇବର ଅପରାଧ ଶାଖାକୁ ଏହି ମାମଲାକୁ ସଂଗଠିତ ଆର୍ଥିକ ଅପରାଧ ଭାବେ ଦେଖି ତଦନ୍ତ ତ୍ୱରାନ୍ୱିତ କରିବା ନିର୍ଦ୍ଦେଶ ଦେଇଛି।
ଗ୍ୱାଲିଅରରେ ୭୫ ବର୍ଷୀୟ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ମାସେ ଭରି 'ଡିଜିଟାଲ୍ ଅରେଷ୍ଟ'ରେ ରଖି ୧.୧୨ କୋଟି ଟଙ୍କା ଠକାଯାଇଥିଲା। ସେପରି ଦକ୍ଷିଣ ଦିଲ୍ଲୀରେ ଜଣେ ବୃଦ୍ଧ ଡାକ୍ତର ଦମ୍ପତିଙ୍କୁ ୧୫ କୋଟି ଟଙ୍କା ଠକାଯାଇଥିବା ଅଭିଯୋଗ ଆସିଛି।ଗ୍ୱାଲିଅରରେ ଘଟିଥିବା ଏକ 'ଡିଜିଟାଲ୍ ଅରେଷ୍ଟ' ଠକେଇ ମାମଲା ସାଇବର ଅପରାଧର ଭୟାବହତାକୁ ସ୍ପଷ୍ଟ କରିଛି। ୭୫ ବର୍ଷୀୟ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ପ୍ରାୟ ଏକ ମାସ ଧରି ନକଲି 'ଡିଜିଟାଲ୍ ଅରେଷ୍ଟ'ରେ ରଖି ଠକମାନେ ୧.୧୨ କୋଟି ଟଙ୍କା ଠକିନେଇଥିଲେ। ପ୍ରଥମେ ତାଙ୍କୁ ଆଧାର-ସଂଯୁକ୍ତ ମୋବାଇଲ୍ ନମ୍ବର ବନ୍ଦ ହେବ ବୋଲି ଭୟ ଦେଇ, ପରେ ମନିଲଣ୍ଡରିଂ ମାମଲାରେ ତଦନ୍ତ ଚାଲିଛି ବୋଲି କୁହାଯାଇଥିଲା। ପୋଲିସ ଓ CBI ଅଧିକାରୀ ବେଶ ଧରି ଠକମାନେ ତାଙ୍କୁ ମ୍ୟୁଚୁଆଲ୍ ଫଣ୍ଡ ଭଙ୍ଗାଇ ଟଙ୍କା ଟ୍ରାନ୍ସଫର୍ କରିବାକୁ ବାଧ୍ୟ କରିଥିଲେ।
ଏହା ସହ ସମାନ ଆଉ ଏକ ବଡ଼ ମାମଲା ଦକ୍ଷିଣ ଦିଲ୍ଲୀରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ଡାକ୍ତର ଦମ୍ପତିଙ୍କୁ ଦୁଇ ସପ୍ତାହରୁ ଅଧିକ ସମୟ ଘରେ ଅଟକାଇ ରଖାଯାଇ ପ୍ରାୟ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ କରାଯାଇଥିବା ଅଭିଯୋଗ ରହିଛି। TRAI ଓ ପୋଲିସ ଅଧିକାରୀ ବୋଲି ପରିଚୟ ଦେଇ ଠକମାନେ କଳା ଟଙ୍କା ମାମଲାର ଭୟ ଦେଇ ଭିଡିଓ କଲ୍, ଆଇନଗତ ଧମକ ଓ ନକଲି ଦଲିଲ ମାଧ୍ୟମରେ ଚାପ ଦେଇଥିଲେ।












Click it and Unblock the Notifications