ଏହିଭଳି ଉପାୟରେ ବ୍ୟବହାର କରନ୍ତୁ ମେଥି, ମିଳିବ ଅନେକ ଫାଇଦା
ଭୁବନେଶ୍ୱର: ସାଧାରଣତଃ ମେଥି ଦାନାକୁ ଆମେ ଖାଇବା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଉ । ମେଥି ସାସ୍ଥ୍ୟ ନିମନ୍ତେ ଏକ ସୁବିଦିତ ଔଷଧ ଭାବେ କାମ କରିଥାଏ । ମେଥି ଦାନା ରାତିରେ ବତୁରାଇ ରଖି ସକାଳେ ଖାଲି ପେଟରେ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ୱାରା ଅନେକ ସାସ୍ଥ୍ୟସମସ୍ୟାରୁ ଫାଇଦା ମିଳିଥାଏ । ମେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଯେପରିକି କ୍ୟାରୋଟିନ୍, କପର, ଜିଙ୍କ୍, ସୋଡ଼ିୟମ୍, ଫଲିଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ମିଳିଥାଏ ।
୧. ଗ୍ୟାସ୍ ସମସ୍ୟା ଦୂର କରିଥାଏ: ମେଥି ଦାନା ଶରୀରରୁ ବିଷାକ୍ତ ପଦାର୍ଥବାହାର କରି ବୃକକକୁ ସୁସ୍ମ ରଖୁଥାଏ । ଏହା ଛଡ଼ା ଏହା ଅମ୍ଳପିତ୍ତ ଭଳି ଗ୍ୟାଷ୍ଟ୍ରିକ୍ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
୨. ରକ୍ତଚାପ ନିମନ୍ତେ: ଯେଉଁମାନେ ଉକ୍ତ ରକ୍ତଚାପରେ ଆକ୍ରାନ୍ତ ସେମାନଙ୍କ ପାଇଁ ମେଥି ଅତ୍ୟନ୍ତ ଲାଭଦାୟକ । ରାତିରେ ସୋୟା ଏବଂ ମେଥିକୁ ବତୁରାଇ ରଖନ୍ତୁ ଏବଂ ପର ଦିନ ସକାଳେ ଏବଂ ସନ୍ଧ୍ୟାରେ ଖାଇବା ଉଚିତ୍ । ଏହା ଦ୍ୱାରା ଠିକ୍ ଭାବେ ରକ୍ତ ସଞ୍ଚାରିତ ହୋଇଥାଏ ଏବଂ ରକ୍ତଚାପରୁ ମୁକ୍ତି ମିଳିଥାଏ ।
୩. ତ୍ୱଚା ଏବଂ ବାଳ ନିମନ୍ତେ ଉତ୍କୃଷ୍ଟ: ଯଦି ଆପଣଙ୍କର ବ୍ରଣ ସମସ୍ୟା ରହିଛି ଏବଂ ଆପଣଙ୍କର ବାଳ ଝଡ଼ୁଥାଏ ତେବେ ମେଥି ଦାନାର ମିଶ୍ରଣକୁ ଲଗାନ୍ତୁ । ଏହା ଦ୍ୱାରା ବାଳ ମଜବୁତ ହେବ ଏବଂ ବାଳ ପାଚିବ ନାହିଁ ।
୪.ସୁଗାର ନିୟନ୍ତ୍ରଣରେ ରହିବ: ମେଥି ଦାନାରେ ଥିବା ସାଲ୍ୟୁବଲ୍ ଫାଇବରସୁତ୍ ସୁଗାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରିତ କରିଥାଏ ।

୫. ଅର୍ଶ ନିମନ୍ତେ ଫଳପ୍ରଦ: ଅର୍ଶ ଏକ ଏପରି ରୋଗ ଯାହା ଦ୍ୱାରା ରୋଗୀ ଭୀଷଣ କଷ୍ଟ ପାଇଥାଏ । ମେଥି ଏବଂ ସୋୟାକୁ ରାତିରେ ବତୁରାଇ ଏହାର ପାଣିକୁ ପିଇବା ଦ୍ୱାରା ଅର୍ଶରୁ ଫାଇଦା ମିଳିଥାଏ ।
୬.ଓଜନ କମାଇବାରେ ସାହାଯ୍ୟ କରିଥାଏ: ମେଥି ବହୁତ ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିଥାଏ । ରାତିରେ ବତୁରା ହୋଇଥିବା ମେଥି ପାଣିକୁ ଯଦି ଆପଣ ସକାଳେ ପିଇବେ ତାହେଲେ ଆପଣଙ୍କ ଓଜନ କମିବ ଏବଂ ଆପଣଙ୍କୁ ସହଜରେ କୈାଣସି ରୋଗ ହେବ ନାହିଁ ।












Click it and Unblock the Notifications