ଆଇନ ଉଲଂଘନ କରିବା ଅଭିଯୋଗରେ ହ୍ବାଟ୍ସଆପକୁ ବ୍ୟାନ୍ କଲା ରୁଷ୍
ରୁଷରେ ଆଇନ ଉଲଂଘନ କରିବା ଅଭିଯୋଗରେ ମେଟା ମାଲିକାନା ଥିବା ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍କୁ ସମ୍ପୂର୍ଣ୍ଣ ବ୍ଲକ କରି ଦିଆଯାଇଛି। ଏନେଇ ଗୁରୁବାର କ୍ରେମାଲିନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ସ୍ଥାନୀୟ ଆଇନ ପାଳନ ନକରିବା କାରଣରୁ ନିଆଯାଇଛି। କ୍ରେମାଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏହି କଟକଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାସ୍ତବରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ହ୍ବାଟସଆପ୍ ରୁଷର ଆଇନ ମାନଦଣ୍ଡ ପାଳନ କରିବାରେ ଅନିଛା ପ୍ରକାଶ କରିଥିଲା,ଏହାପରେ ସରକାର ଏଭଳି ପଦକ୍ଷେ ଗ୍ରହଣ କରିଛନ୍ତି।

ସୂଚନାନୁଯାୟୀ, ମେଟା ଆଇନ୍ ପାଳନ ନ କରୁଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି ବୋଲି ଋଷର ପ୍ରବକ୍ତା ଦିମିତ୍ରୀ ପେସକୋବ ଏକ ମିଡିଆ ପ୍ଲାଟଫର୍ମରେ କହିଛନ୍ତି । ସେ ଲୋକମାନଙ୍କୁ ସ୍ଥାନୀୟ ପ୍ଲାଟଫର୍ମ MAX ବ୍ୟବହାର କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । MAX ପ୍ଲାଟଫର୍ମ ଏକ ରାଷ୍ଟ୍ରୀୟ ମେସେଞ୍ଜର । ଯାହା ଏହି ନାଗରିକଙ୍କ ପାଇଁ ଉତ୍ତମ ବିକଳ୍ପ ବୋଲି ସେ କହିଛନ୍ତି । ଏହି ଆପ୍ ମାଧ୍ୟମରେ ୟୁଜର୍ସଙ୍କୁ ତଦାରଖ କରିବାକୁ ଅନୁମତି ଦେଇଛି ବୋଲି କହିଛନ୍ତି । ଏଥିସହ ସମାଲୋଚକମାନେ MAXକୁ ନୀରିକ୍ଷଣ ଆପ୍ ବୋଲି କହିଛନ୍ତି ।
ଏହାରି ମଧ୍ୟରେ ରୁଷର ଅଧିକାରୀମାନେ ଏହି ଦାବିଗୁଡ଼ିକୁ ଖାରଜ କରିବା ସହ ଏହା କହିଛନ୍ତି ଯେ, ଏହି ପ୍ଲାଟଫର୍ମ ସରକାରୀ କାର୍ଯ୍ୟଗୁଡ଼ିକୁ ଏକାଠି କରିବାରେ ସାହାଯ୍ୟ କରିବ ଏବଂ ନାଗରିକଙ୍କ ଦୈନନ୍ଦୀନ କାର୍ଯ୍ୟକୁ ସହଜ ବନାଇବାର ଉଦ୍ଦେଶ୍ୟକୁ ବିକଶିତ କରିବ । ଯେତେବେଳେ ଆମେରିକା ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ଉପରେ ଲଗାତାର ଚାପ ବଢାଇବା ସମୟରେ ଋଷ ଏହି ନିଷ୍ପତ୍ତି ନେଇଛି ।
ସେହି ସମୟରେ, ରୁଷ ଦ୍ରୁତ ଗତିରେ ନିଜର "ସାର୍ବଭୌମ ଯୋଗାଯୋଗ ଭିତ୍ତିଭୂମି" ବିକାଶ କରିବା ଦିଗରେ କାମ କରୁଛି । ହ୍ୱାଟସଆପ୍ ଉପରେ ପ୍ରତିବନ୍ଧକକୁ ମଧ୍ୟ ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ଦେଖାଯାଉଛି । ରୁଷ ବିଦେଶୀ ଟେକ୍ କମ୍ପାନୀଗୁଡ଼ିକୁ ମସ୍କୋର ଆଇନ ପାଳନ କରିବାକୁ ନିରନ୍ତର ଚାପ ପକାଉଛି । ଯାହାଦ୍ୱାରା ରୁଷରେ ବର୍ତ୍ତମାନ କେହି ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।












Click it and Unblock the Notifications