ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ;ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଖେଳମନ୍ତ୍ରୀ

ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ । ବେଙ୍ଗଲ କ୍ରୀଡା ମନ୍ତ୍ରୀ ଅରୁପ ବିଶ୍ୱାସ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଶୃଙ୍ଖଳା ପରେ, ପଶ୍ଚିମବଙ୍ଗ ସରକାର ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହା ବ୍ୟତୀତ, ଅଧିକାରୀମାନେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ମଧ୍ୟ ଅଟକ ରଖିଥିଲେ।

ଏହି ଘଟଣା ଯୋଗୁଁ, ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜୀବ କୁମାରଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହା ସହିତ, କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଡେପୁଟି କମିଶନର ଅନିଶ ସରକାର (ଆଇପିଏସ୍)ଙ୍କ ବିରୁଦ୍ଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଉଭୟଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

messi

ସୂଚନାଥାଉକି, ମେସିଙ୍କ ଗସ୍ତ ସମୟରେ ସଲ୍ଟ ଲେକ ଷ୍ଟାଡିୟମରେ ତ୍ରୁଟିପୂର୍ଣ୍ଣ ପରିଚାଳନାରେ ବିଶୃଙ୍ଖଳା ସୃଷ୍ଟି ହେବାରୁ କ୍ରୀଡାମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ । ମେସିଙ୍କୁ କୋଲକାତାରେ କଡା ସୁରକ୍ଷା ବଳୟରେ ନିଆଯାଇଥିଲା । ଯାହା ଫଳରେ ପ୍ରଶଂସକମାନେ ମେସିଙ୍କର ଏକ ଝଲକ ମଧ୍ୟ ଦେଖିବାକୁ ପାଇନଥିଲେ ।

ସେତେବେଳେ ସେମାନେ ଉତକ୍ଷିପ୍ତ ହୋଇ ଭଙ୍ଗାରୁଜା କରିଥିଲେ । ବିଶୃଙ୍ଖଳା ପରେ ମେସିଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ କୋଲକାତା ଛାଡିବାକୁ ପଡିଥିଲା । ଏହା ପରେ ବେଙ୍ଗଲ କ୍ରୀଡା ମନ୍ତ୍ରୀ ଅରୁପ ବିଶ୍ୱାସ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+