ମୋଦୀଙ୍କ ବିମାନକୁ ଆତଙ୍କୀ ଆକ୍ରମଣ ଧମକ, ଜଣେ ଗିରଫ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନକୁ ଉଡ଼ାଇବାକୁ ଧମକ ଦେଇଥିବା ବ୍ୟକ୍ତିକୁ ମୁମ୍ବାଇର ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମାନସିକ ଭାବେ ବିକାରଗ୍ରସ୍ତ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବେ ଫ୍ରାନ୍ସ ଗସ୍ତରେ ରହିଛନ୍ତି । ଏହାପରେ ଆମେରିକା ଗସ୍ତ କରିବେ । ତେବେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ମୋଦିଙ୍କ ପ୍ରଥମ ଆମେରିକା ଯାତ୍ରା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ପୂର୍ବରୁ ତାଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ ମୁମ୍ବାଇ ପୋଲିସ ପାଖକୁ ଆସିଛି । ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏହି ଧମକପୂର୍ଣ୍ଣ ଫୋନରେ ବ୍ୟକ୍ତିଟି ଦାବି କରିଥିଲା ଯେ, ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ବିମାନ ଉପରେ ଆକ୍ରମଣ କରିପାରନ୍ତି । ଯାହାକୁ ନେଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।

ଗତକାଲି ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ବେଳେ ମୁମ୍ବାଇ ପୋଲିସ୍ ଏହାକୁ ଗୁରୁତର ସହ ନେଇ ଏଜେନ୍ସିକୁ ଅବଗତ କରାଇବା ସହ ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୁଲିସର କହିବା ଅନୁସାରେ ଧମକପୂର୍ଣ୍ଣ କଲ ପଛରେ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଜଣାପଡିଛି ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ମାନସିକ ରୋଗୀ।












Click it and Unblock the Notifications