ମେହୁଲ ଚୋକ୍ସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର ଅପିଲ୍, ବେଲଜିୟମ ଯିବେ ଭାରତୀୟ ଅଧିକାରୀ
ନୂଆାଦିଲ୍ଲୀ: ଦିଲ୍ଲୀରୁ ପାଖାପାଖି ୬ ହଜାର କିମି ଦୂର ସ୍ଥିତ ବେଲଜିୟମରୁ ଗିରଫ ହୋଇଛି ପଳାତକ ମେହୁଲ ଚୋକସୀ । ପାଖାପାଖି ସାଢ଼େ ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ଚୋକସୀକୁ ଦୀର୍ଘ ଦିନ ଧରି ଭାରତ ସରକାର ତଲାସ କରୁଥିଲେ । ୨୦୧୮ରୁ ଚୋକସୀ ଭାରତର ଯାଞ୍ଚ ଏଜେନ୍ସିକୁ ଚକମା ଦେଇ ଆସୁଥିଲା । ନିକଟରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ତେଣୁ ଏବେ ବେଲଜିୟମ ସରକାର ମଧ୍ୟ ଚୋକସୀକୁ ପ୍ରତ୍ୟର୍ପଣ କରିବେ କି ବୋଲି ପ୍ରଶ୍ନ ଉଠିଛି ।
ବେଲଜିୟମ ଫେଡେରାଲ ପବ୍ଲିକ ସର୍ଭିସ ଅଫ ଜଷ୍ଟିସ ସୋମବାର କହିଛି ଯେ ଏପ୍ରିଲ ୧୨ରେ ଗିରଫ ହୋଇଥିବା ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଅନୁରୋଧ କରିଛି। ବେଲଜିୟମ୍ କର୍ତ୍ତୃପକ୍ଷ ଚୋକସିଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କ ପାଇଁ ଆଇନ ପରାମର୍ଶଦାତା ମଧ୍ୟ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ମେହୁଲ ଚୋକସିଙ୍କୁ ୨୦୨୫ ଏପ୍ରିଲ ୧୨ ତାରିଖ ଶନିବାର ଗିରଫ କରାଯାଇଥିଲା। ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ପାଇଁ ତାଙ୍କୁ ଅଟକ ରଖାଯାଇଛି। ଭାରତୀୟ କର୍ତ୍ତୃପକ୍ଷ ଚୋକ୍ସିଙ୍କ ପ୍ରତ୍ୟର୍ପଣ ଅନୁରୋଧ କରିଛନ୍ତି ବୋଲି ବିଭାଗର ଜଣେ ମୁଖପାତ୍ର କହିଛନ୍ତି।












Click it and Unblock the Notifications