ରେଜଲ୍ଟ ପୂର୍ବରୁ ହାର୍‌ ସ୍ୱୀକାର କଲେ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି

ରେଜଲ୍ଟ ପୂର୍ବରୁ ହାର୍‌ ସ୍ୱୀକାର କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି। ସେ ଟ୍ୱିଟ୍‌ କରି କହିଛନ୍ତି, 'ମୁଁ ଜନସାଧାରଣଙ୍କ ନିଷ୍ପତ୍ତି ଗ୍ରହଣ କରୁଛି। ବିଜବେହରର ସମସ୍ତଙ୍କଠାରୁ ମୁଁ ପାଇଥିବା ପ୍ରେମ ଓ ଭଲପାଇବା ସର୍ବଦା ମୋ ପାଖରେ ରହିବ। ମୁଁ ପିଡିପି କର୍ମୀଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ଏହି ସମଗ୍ର ଅଭିଯାନରେ ବହୁତ ପରିଶ୍ରମ କରିଥିଲେ।

ଜମ୍ମୁକଶ୍ମୀରର ହଟ୍‌ ସିଟ୍‌ ବିଜବେହରରୁ ଲଢ଼ୁଥିଲେ ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି ତଥା ପିଡିପି ପ୍ରାର୍ଥୀ ଇଲତିଜା ମୁଫତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁ ପଛରେ ଥିଲେ। ପଞ୍ଜମ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ପ୍ରାୟ ସେ ୫୧୦୦ ଭୋଟ୍‌ ପଛରେ ଥିଲେ ।

ସେହିପରି ଏହି ଆସନରୁ ନିର୍ବାଚନ ଲଢ଼ୁଥିବା ନ୍ୟାସନାଲ କନ୍‌ଫରେନ୍ସ ପାର୍ଟିର ବଶିର ଅହମ୍ମଦ ଶାହା ଭେରି ଆଗୁଆ ଅଛନ୍ତି । ସେ ୩୪୫୧ ସିଟ୍‌ରେ ଆଗୁଆ ଅଛନ୍ତି। ସେ କହିଛନ୍ତି, 'ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯାହା ଆଶା କରୁଥିଲୁ ତାହା ପୂରଣ ହୋଇଛି । ଲୋକମାନେ ଆମକୁ ସମର୍ଥନ କରିଛନ୍ତି । ଭୋଟ୍ ଗଣନର କେବଳ ଚାରିଟି ପର୍ଯ୍ୟାୟ ସରିଛି। ଆହୁରି ଅନେକ ରାଉଣ୍ଡ ବାକି ଅଛି। ମୋର ଆଶା ଆମେ ନିଶ୍ଚିତ ଜିତିବୁ ।'

Jammu Kashmir Assembly Election Results 2024

ପ୍ରାରମ୍ଭିକ ଟ୍ରେଣ୍ଡରେ କେନ୍ଦ୍ର ଶାସିତ ପ୍ରଦେଶରେ ଆଗରେ ରହିଛି ଏନସି ମେଣ୍ଟ । କଂଗ୍ରେସ-ନ୍ୟାସନାଲ ମେଣ୍ଟ ୫୧ ବିଧାନସଭା ଆସନରେ ଆଗରେ ଚାଲୁଛି। ଭାରତୀୟ ଜନତା ପାର୍ଟି ୨୭ଟି ସିଟରେ ଆଗରେ ରହିଥିବା ବେଳେ ପିଡିପି ୨ ଆସନ ଏବଂ ଅନ୍ୟାନ୍ୟ ୮ଟି ସିଟରେ ଆଗରେ ଅଛି। ଅପରାହ୍ଣ ସୁଦ୍ଧା କିଏ ଗଢ଼ିବ ସରକାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ବୁଥ ବାହୁଡ଼ା ରିପୋର୍ଟରେ ଜମ୍ମୁ-କଶ୍ମୀରରେ ଏନସି ମେଣ୍ଟ ସରକାର ଗଠନ କରିବା ବୋଲି ଆକଳନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+