ଦୁର୍ଘଟଣାର ଶିକାର ହେଲେ ମେହେବୁବା ମୁଫତି
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ଅନନ୍ତନାଗ ଯିବାବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସବୁଠୁ ଭଲ ଖବର ହେଉଛି ମୁଫତିଙ୍କ କୌଣସି ଆଘାତ ଲାଗି ନାହିଁ । ପିଡିଡି ମିଡିଆ ସେଲ ଦେଇଥିବା ସୂଚନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ଏବଂ ତାଙ୍କ ସୁରକ୍ଷା ଅଧିକାରୀମାନେ କୌଣସି ଗୁରୁତର ଆହତ ନ ହୋଇ ନିରାପଦରେ ପଳାଇଥିଲେ । ତେବେ କାରର ଆଗ ଭାଗ ନଷ୍ଟ ହୋଇଯାଇଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡି ସଙ୍ଗାମରେ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଘଟିଥିବା ବେଳେ ମୁଫତି ଖାନବାଲ ଅଭିମୁଖେ ଯାଉଥିଲେ । ଏହି ଅଧିକାରୀ କହିଛନ୍ତି ଯେ ମେହେବୁବାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ କର୍ମଚାରୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ।

ଏହା ପରେ ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦ୍ଧାରିତ ଗସ୍ତରେ ଆଗେଇ ଯାଇଥିଲେ । ଜଣେ ପିଡିପି ମୁଖପାତ୍ର କହିଛନ୍ତି ଯେ ମୁଫତି ନିରାପଦରେ ଅଛନ୍ତି ଏବଂ ହୋଇଥିବା ଦୁର୍ଘଟଣାରେ ତାଙ୍କୁ କୌଣସି ଆଘାତ ଲାଗି ନାହିଁ ।












Click it and Unblock the Notifications