ଦେଶରେ ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ଭୋଟିଂ, ଧାରଣାରେ ବସିଲେ ମେହୁବା ମୁଫତି
Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ୫୮ଟି ଲୋକସଭା ନିର୍ବାଚନ ମଣ୍ତଳୀରେ ଆଜି ଭୋଟିଂ । ଏହି ପର୍ଯ୍ୟାୟରେ ଜମ୍ମୁ କାଶ୍ମୀରର ଅନନ୍ତନାଗର-ରାଜୌରୀ ଆସନରେ ଭୋଟିଂ ଚାଲିଥିବା ବେଳେ ଜମ୍ମ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଧାରଣାରେ ବସିଛନ୍ତି ।
ସୂଚନା ଅନୁସାରେ, ମତଦାନରେ ହେରଫେର୍ ଚାଲିଥିବା ନେଇ ସେ ଦାବି କରିଛନ୍ତି । ଯେଉଁଥି ପାଇଁ ମେହବୁବା ମୁଫତିଙ୍କ ସମେତ ପିଡିପିର ଅନ୍ୟ କର୍ମୀମାନେ ମଧ୍ୟ ଧାରଣାରେ ବସିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅନନ୍ତନାଗ-ରଜୌରୀ ଆସନରୁ ମେହବୁବା ମୁଫତି ନିର୍ବାଚନ ଲଢୁଛନ୍ତି ।

ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି କହିଛନ୍ତି, ୧୯୮୭ ନିର୍ବାଚନରେ ଘଟିଥିବା ଘଟଣାକୁ ପୁଣି ଦୋହରାଯାଉଛି । ଯଦି ସେମାନେ ମେହବୁବା ମୁଫତିଙ୍କୁ ଏତେ ଭୟ କରନ୍ତି ତେବେ ଆଗରୁ କହିଥାନ୍ତେ , ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନଥାନ୍ତି । ଆମ ଲୋକଙ୍କୁ ଘରେ ତାଲା ପକାଇ ରଖାଯାଇଛି, ନିର୍ବାଚନରେ ହେରଫେର କରାଯିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, କୌଣସି ସ୍ପଷ୍ଟୀକରଣ ନ ଦିଆଯାଇ ତାଙ୍କ ଫୋନରୁ ଆଉ ଗୋଇଙ୍ଗ ସୁବିଧାକୁ ସ୍ଥଗିତ ରଖାଯାଇଛି ।












Click it and Unblock the Notifications