ରାଜା ରଘୁବଂଶୀ ହତ୍ୟା ପାଇଁ ସୋନମର ଥିଲା ପ୍ଲାନ୍ ବି’ ,ଭଡ଼ାଟିଆ ନପାରିଥିଲେ ନିଜେ....
ମେଘାଳୟର ହନିମୁନ୍-ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ସସ୍ପେନ୍ସ ଉଠିବାରେ ଲାଗିଛି । ଦିନକୁ ଦିନ ପୋଲିସ ହାତରେ ଲାଗୁଛି ନୂଆ ନୂଆ ତଥ୍ୟ । ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ରଚିଥିଲା ଅନେକ ପ୍ଲାନ୍ ସୋନମ । ଏତେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ଯଦି ସୁପାରୀ କିଲର ଫେଲ୍ ହେବେ ସେ ନିଜେ ପ୍ଲାନକୁ କରିବ ସକ୍ସେସ୍ । କହିଥିଲା ଯଦି ପ୍ଲାନ୍ରେ ବିଫଳ ହୁଅନ୍ତି ତେବେ ସେ ନିଜେ ତାଙ୍କୁ ପାହାଡ଼ରୁ ଠେଲି ଦେବାକୁ ଯୋଜନା କରିଥିଲା ।
ପୋଲିସ କହିବା ଅନୁଯାୟୀ ଅଭିଯୁକ୍ତା ତାଙ୍କ ପ୍ରେମିକଙ୍କୁ କହିଥିଲେ କି ଯଦି ବିଶାଲ, ଆନନ୍ଦ ଏବଂ ଆକାଶ ରାଜାଙ୍କୁ ହତ୍ୟା କରିପାରିନଥାନ୍ତି । ତେବେ ମୁଁ ସେଲଫି ନେବାବେଳେ ପାହାଡ଼ରୁ ତଳକୁ ଠେଲି ଦେବି । ସୋନମ ତାଙ୍କ ବିବାହର ଚାରି ଦିନ ପରେ, ମେ ୧୫ ତାରିଖରେ ଇନ୍ଦୋରସ୍ଥିତ ତାଙ୍କ ମାଆଙ୍କ ଘରକୁ ଫେରିବା ପରେ ହତ୍ୟା ଯୋଜନା ରଚିଥିଲେ। ସେଠାରୁ ସେ ଗୌହାଟୀକୁ ଟିକେଟ୍ ବୁକ୍ କରିଥିଲେ ।

ଫୋନ୍ କଲ୍ ମାଧ୍ୟମରେ ରାଜଙ୍କ ସହ ଷଡ଼ଯନ୍ତ୍ର ରଚିଥିଲେ। ରାଜାଙ୍କ ସହ ଶାରୀରିକ ଘନିଷ୍ଠତାକୁ ବିଳମ୍ବ କରିବାକୁ ସୋନମ ତାଙ୍କୁ ମେଘାଳୟ ଯିବା ପୂର୍ବରୁ କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ରାଜି କରାଇଥିଲେ। ମେ ୨୩ ତାରିଖରେ ରାଜା ଏବଂ ସୋନମ ମେଘାଳୟର ନୋଙ୍ଗରିଆଟ ଗାଁରେ ଏକ ହୋମଷ୍ଟେରୁ ଚେକ୍ ଆଉଟ୍ କରିଥିଲେ। ଦଶ ଦିନ ପରେ, ରାଜାଙ୍କ ମୃତଦେହ ପ୍ରାୟ ୨୦ କିଲୋମିଟର ଦୂରରେ ଏକ ଗଭୀର ଘାଟିରେ ମିଳିଥିଲା।












Click it and Unblock the Notifications