ନିର୍ବାଚନୀ ବଣ୍ଡ କିଣିବା ମାମଲାରେ ଦ୍ୱିତୀୟ ସ୍ଥାନରେ ଥିବା କମ୍ପାନୀ ବିରୋଧରେ ସିବିଆଇ ମାମଲା
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଯୋଜନାରେ ସର୍ବାଧିକ ଚାନ୍ଦାଦେଇଥିବା ସଂସ୍ଥାମାନଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି ।
ଏହି କମ୍ପାନୀ ତରଫରୁ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ରାଜନୈତିକ ଦଳମାନଙ୍କୁ ୧୨୦୦ କୋଟି ଟଙ୍କା ଦାନ କରାଯାଇଥିଲା । ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକ୍ଟର ଲିମିଟେଡର ଅଧିକାରୀଙ୍କ ଉପରେ ୩୧୫ କୋଟି ଟଙ୍କାର ଏନଆଇଏସପି ପରିଯୋଜନାରେ କଥ୍ତ ଦୁର୍ନୀତିକୁ ନେଇ ମାମଲା ରୁଜୁ କରିଛି । ସିବିଆଇ ଶନିବାର ଏହି ସୂଚନା ଦେଇଛି ।

ତଦନ୍ତକାରୀ ଏଜେନ୍ସି କହିଛି ଯେ ଏଥିରେ ୩୧୫ କୋଟି ଟଙ୍କା ପରିଯୋଜନା କ୍ରିୟାନ୍ୱୟନରେ କଥ୍ତ ଦୁର୍ନୀତିକୁ ନେଇ ଇସ୍ପାତ ମନ୍ତ୍ରଣାଳୟର ଏନଏମଡିସି ଆୟରନ ଆଣ୍ଡି ଷ୍ଟିଲ୍ ପ୍ଲାଣ୍ଟର ଆଠ ଅଧିକାରୀଙ୍କ ସମେତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଟର ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରିଛି । ରିପୋର୍ଟ ଅନୁସାରେ, ଅଧିକାରୀମାନେ ଶନିବାର କହିଛନ୍ତି ଯେ ଜଗଦଲପୁର ଏକୀକୃତ ଇସ୍ପାତ୍ ପ୍ଲାଣ୍ଟ ସହ ଜଡ଼ିତ କାର୍ଯ୍ୟ ପାଇଁ କଥୁତ ମେଘା ଇଞ୍ଜିନିୟରିଂର ୧୭୪ କୋଟି ଟଙ୍କାର ବିଲ୍କୁ ମଞ୍ଜୁରୀ ଦେବା ପାଇଁ ପ୍ରାୟ ୭୮ ଲକ୍ଷ ଟଙ୍କାର କଥ୍ତ ଲାଞ୍ଚ ଦିଆଯାଇଛି ।
ଏଫଆଇଆରରେ ଏନଆଇଏସପି ଏବଂ ଏନଏମଡିସିର ଆଠ ଅଧିକାରୀ ଏବଂ ମେକାନର ଦୁଇ ଅଧିକାରୀଙ୍କୁ ମଧ୍ୟ କନ୍ତ ରୂପେ ଏହି ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି ।












Click it and Unblock the Notifications