Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଓମାନ ସୁଲତାନଙ୍କ ମଧ୍ୟରେ ବସିଲା ଦ୍ୱିପାକ୍ଷିକ ବୈଠକ

ଦିଲ୍ଲୀ:ଆରବ ଦେଶର ସର୍ବ ପୁରାତନ ସ୍ୱାଧୀନ ରାଷ୍ଟ୍ର ଓମାନର ସୁଲତାନ ହାଥମ୍ ବିନ୍ ତାରିକ୍ ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଭାରତରେ ପହଞ୍ଚିଛନ୍ତି । ଶନିବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତର ରାଷ୍ଟ୍ରପତି ଭବନରେ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓମାନର ସୁଲତାନ ହାଥମ୍ ବିନ୍ ତାରିକ୍ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପହଞ୍ଚିଥିଲେ ।

ଉଭୟ ନେତାଙ୍କ ମଧ୍ୟରେ ଏଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତ, 'ମୁଁ ଆପଣଙ୍କୁ ଭାରତରେ ସ୍ୱାଗତ କରି ଖୁସି ଅଦୁଭବ କରୁଛି । ଓମାନ-ଭାରତ ସମ୍ପର୍କରେ ଆଜି ହେଉଛି ଏକ ଐତିହାସିକ ଦିନ, କାରଣ ଓମାନର ସୁଲତାନଙ୍କୁ ୨୬ ବର୍ଷ ପରେ ରାଜକୀୟ ଗସ୍ତରେ ଭାରତ ପହଁଞ୍ଚିଛନ୍ତି । ତୁମକୁ ସ୍ୱାଗତ କରିବାର ସୁଯୋଗ ମିଳିଛି । ଭାରତର ଲୋକଙ୍କ ତରଫରୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, 'ଆଜି ଆମେ ଏକ ନୂତନ ଭାରତ-ଓମାନ ମିଳିତ ଆଭିମୁଖ୍ୟ ଗ୍ରହଣ କରୁଛୁ । ଭବିଷ୍ୟତ ପାଇଁ ଏକ ସହଭାଗିତା ଗ୍ରହଣ କରିବା । ଏହି ମିଳିତ ବୈଠକରେ , ଦଶଟି ଭିନ୍ନ କ୍ଷେତ୍ରରେ ସହମତି ପ୍ରକାଶ ପାଇଛି । ମୁଁ ନିଶ୍ଚିତ ଯେ ମିଳିତ ଦୃଷ୍ଟିକୋଣ ଆମର ସହଭାଗିତାକୁ ଏକ ନୂତନ ଏବଂ ଆଧୁନିକ ରୂପ ଦେବ ବୋଲି କହିଛନ୍ତି ମୋଦି ।

ଗସ୍ତର ପ୍ରଥମ ଦିନରେ ସୁଲତାନ ବର୍ହିବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କୁ ଭେଟିଥିଲେ । ଏହି ସମୟରେ ଉଭୟ ଦେଶ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ଓମାନ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୁଲତାନଙ୍କ ମାର୍ଗଦର୍ଶନକୁ ଗୁରୁତ୍ୱ ଦେଇଥାଏ ।

modi sultan

ଏହି ରାଜକୀୟ ଗସ୍ତ ଆରମ୍ଭରେ ଓମାନର ମହାରାଜା ସୁଲତାନ ହୈଥମ ବିନ ତାରିକଙ୍କୁ ଭେଟିବା ଏକ ଗୌରବର ବିଷୟ । ଚଳିତ ବର୍ଷ ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ ଓମାନ ଗସ୍ତରେ ଯାଇଛନ୍ତି । ୧୮-୧୯ ଅକ୍ଟୋବରରେ ସୁଲତାନ ତାଙ୍କର ଗସ୍ତ ପରେ ଭାରତରେ ପହଞ୍ଚିଛନ୍ତି । ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଭାରତ ଓ ଓମାନ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+