‘ଅପରେସନ ସିନ୍ଦୂର’ ଲୋଗୋ ଡିଜାଇନ କରିଥିଲେ ଏହି ଦୁଇ ଯବାନ
ଅପରେସନ ସିନ୍ଦୂର ବାବଦରେ ତ ଆପଣ ଅଳ୍ପବହୁତେ ଜାଣିଥିବେ | ଅପରେସନ ସିନ୍ଦୂର ଅଧୀନରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଯାଇଥିଲା । ଭାରତୀୟ ସେନା ନିଜର ବୀରତ୍ୱ ଏବଂ ସାହସ ଦେଖାଇ ମେ ୬ ରାତିରେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ, ସେନା ଅପରେସନ ସିନ୍ଦୂରର ଏକ ଲୋଗୋ ଜାରି କରିଥିଲା । ସେବେଠାରୁ, ଅପରେସନ ସିନ୍ଦୁରର ଏହି ଲୋଗୋ ବହୁତ ଲୋକପ୍ରିୟ ହୋଇଛି।
ତେବେ ଏହି ଅପରେସନର ଲୋଗୋ କିଏ ତିଆରି କରିଥିଲା, ଡିଜାଇନ୍ କିଏ କରିଥିଲେ ତାହାକୁ ନେଇ ସବୁଠି ଚର୍ଚ୍ଚା । ଏହାକୁ କରିବାରେ ଦୁଇ ଜଣ ସେନା ସୈନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅପରେସନ ସିନ୍ଦୂରର ସୁନ୍ଦର ଲୋଗୋକୁ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ମିଳିତ ଭାବେ ତିଆରି କରିଥିଲେ ।

ସେନାର ଏହି ଦୁଇ ସାହାସୀ ସୈନିକ ଏହି ସୁନ୍ଦର ଲୋଗୋ ତିଆରି କରିଛନ୍ତି ଯାହା ଏବେ ଲୋକଙ୍କ ମନରେ ସବୁଦିନ ପାଇଁ ରହିବ । ଏହି ଦୁଇ ସେନା ଅଧିକାରୀ ସେନାର ରଣନୈତିକ ଯୋଗାଯୋଗରେ ନିୟୋଜିତ ହୋଇଛନ୍ତି । କର୍ଣ୍ଣେଲ ହର୍ଷ ଗୁପ୍ତା ପଞ୍ଜାବ ରେଜିମେଣ୍ଟରୁ ଆସିଥିବା ବେଳେ ହାବିଲଦାର ସୁରିନ୍ଦର ସିଂହ ସେନାର ଶିକ୍ଷା କୋର ସହିତ ଜଡିତ ଅଛନ୍ତି । ଏହି ଲୋଗୋଟି ଏପର୍ଯ୍ୟନ୍ତ ଟ୍ୱିଟରରେ ୯କୋଟି ଥର ଏବଂ ଇନଷ୍ଟାଗ୍ରାମରେ ୫୧କୋଟି ଥର ଦେଖାଯାଇଛି ।












Click it and Unblock the Notifications