Get Updates
Get notified of breaking news, exclusive insights, and must-see stories!

ସୋସିଆଲ ମିଡିଆରେ ଭାଇରାଲ ନିଶୁଆ ମହିଳା

କେରଳରେ ରୁହନ୍ତି ନିଶ ଥିବା ଜଣେ ମହିଳା । ମିହିଳାଙ୍କ ନାମ ଶିଜା । ସେ ନିଜ ନିଶକୁ ଖୁବ ଭଲ ପାଆନ୍ତି। ଆଉ ଏହାକୁ ନେଇ ଗର୍ବ କରନ୍ତି ।

ଥିରୁଅନନ୍ତପୁରମ: ଆଜିକାଲି ନିଶ ଦାଢି ରଖିବା ଲୋକଙ୍କର ଫ୍ୟାଶନ ପାଲଟିଛି । କିଏ ନିଶକୁ ରଙ୍ଗିନ କଲାଣି ତ କିଏ ବିଭିନ୍ନ କଟ୍ ରେ କାଟିଲାଣି । କିନ୍ତୁ ମହିଳା ମାନେ ନିଶ ରଖିବା କଥା ଆପଣ କେବେ ଶୁଣି ନଥିବେ। ନିଶ ଥିବା ମହିଳାଙ୍କୁ କେବେ ଦେଖି ମଧ୍ୟ ନଥିବେ । ନିଶ୍ଚିତ ଭାବରେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । କିନ୍ତୁ ଏହା ଏକଦମ ସତ । କେରଳରେ ରୁହନ୍ତି ନିଶ ଥିବା ଜଣେ ମହିଳା । ମିହିଳାଙ୍କ ନାମ ଶିଜା । ସେ ନିଜ ନିଶକୁ ଖୁବ ଭଲ ପାଆନ୍ତି। ଆଉ ଏହାକୁ ନେଇ ଗର୍ବ କରନ୍ତି ।

Shyja

ଏନେଇ ମହିଳା ଜଣକ କୁହନ୍ତି ଯେ, "ମୁଁ ମୋ ନିଶକୁ ଭଲପାଏ । ଏହାକୁ ଲୁଚାଇବାକୁ ମୁଁ କେବେ ଚେଷ୍ଟା କରିନାହିଁ ।" ଅନେକ ଲୋକ ନିଶ କାଟିବାକୁ ପରାମର୍ଶ ଦିଅନ୍ତି । ମାତ୍ର ତାଙ୍କୁ ଏଥିପ୍ରତି କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି । ସେ ତାଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଉନଥିବା ମଧ୍ୟ କୁହନ୍ତି ମହିଳା । ଏହି ନିଶକୁ ନେଇ ତାଙ୍କ ସ୍ବାମୀ ଓ ସନ୍ତାନଙ୍କ ମଧ୍ୟ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ସେ କୁହନ୍ତି ।

ଗତ ଦୁଇ ବର୍ଷ ହେବ କୋରୋନା ମହାମାରୀ ଯୋଗୁଁ ମାସ୍କ ପିନ୍ଧିବା ଦ୍ବାରା ଶିଜାଙ୍କ ନିଶ ଲୁଚି ଯାଉଥିବାରୁ ସେ ଦୁଃଖିତ ବୋଲି କୁହନ୍ତି। ଏହି ନିଶ ତାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ବୋଲି କହିଛନ୍ତି ଶିଜା । ତେବେ ମହିଳାଙ୍କର ଏହି ନିଶର ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+