ମୀରଟ ହତ୍ୟାକାଣ୍ଡ:ଗର୍ଭବତୀ ଅଛି ଜେଲରେ ବନ୍ଦ ଥିବା ମୁସ୍କାନ

ମିରଟର ବହୁଚର୍ଚ୍ଚିତ ସୌରଭ ହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ସାମ୍ନାକୁ ଆସିଛି । ସୌରଭ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ମୁସ୍କାନ ସମ୍ପର୍କରେ ଏକ ବଡ଼ ଖବର । ମୁସ୍କାନଙ୍କ ପ୍ରେଗ୍ନେନ୍ସି ଟେଷ୍ଟ ପଜିଟିଭ୍ ବାହାରିଛି । ସ୍ୱାମୀକୁ ହତ୍ୟା କରି ଜେଲରେ ଦଣ୍ଡ ଭୋଗୁଥିବା ମୁସ୍କାନ ଏବେ ଏକ ସନ୍ତାନର ମାଆ ହେବାକୁ ଯାଉଛି । ମୁସ୍କାନର ପ୍ରେମିକ ସାହିଲ ମଧ୍ୟ ଜେଲରେ ଦଣ୍ଡ ଭୋଗୁଛି ।

ସୂଚନା ମୁତାବକ, ସୌରଭ ରାଜପୁତ (୨୯) ନାମକ ଜଣେ ପୂର୍ବତନ ମର୍ଚାଣ୍ଟ ନେଭି ଅଫିସରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୭ ବର୍ଷୀୟା ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲା (୨୫) ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ଏହି ଘଟଣାରେ ଉଭୟେ ସୌରଭଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ସିମେଣ୍ଟ ଭର୍ତ୍ତି ଡ୍ରମରେ ଲୁଚାଇ ଦେଇଥିଲେ। ଗତ ମାସରେ ସଂଘଠିତ ହୋଇଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ସାର ଦେଶକୁ ସ୍ତବ୍ଧ କରିଦେଇଥିଲା।

Meerut woman

ସୌରଭ ନିଜ ଝିଅର ଜନ୍ମଦୀନ ପାଳନ କରିବାକୁ ନିକଟରେ ଲଣ୍ଡନରୁ ମୀରଟକୁ ଫେରିଥିଲେ। ପୋଲିସ ସୂଚନା ଅନୁସାରେ, ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ତାଙ୍କ ଶବକୁ ଖଣ୍ଡଖଣ୍ଡ କରି ସିମେଣ୍ଟ ଭର୍ତ୍ତି ଡ୍ରମରେ ସିଲ୍ କରି ଦେଇଥିଲେ। ହତ୍ୟା ପରେ ମୁସ୍କାନ ପଡ଼ୋଶୀ ଓ ପରିଚିତମାନଙ୍କୁ ସୌରଭ ବୁଲିବା ପାଇଁ ଯାଇଛନ୍ତି ବୋଲି ମିଛ କହିଥିଲେ। ଏହାପରେ ସେ ଓ ତାଙ୍କ ପ୍ରେମିକ ସାହିଲ ମନାଲି ଯାଇ ସୌରଭଙ୍କ ଫୋନରୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପରିବାର ଓ ବନ୍ଧୁମାନଙ୍କୁ ଭ୍ରମରେ ରଖିଥିଲେ।

ସୌରଭଙ୍କ ସହ ଠିକରେ ଯୋଗାଯୋଗ ନହୋଇ ପାରିବାରୁ ପରିବାର ଲୋକ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଏହି ମାମଲାରେ ତଦନ୍ତ କରିବା ପାଇଁ ମୁସ୍କାନ ଓ ସାହିଲଙ୍କୁ ପଚରାଉଚରା କରିବାରୁ ଉଭୟ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିଲେ। ବର୍ତ୍ତମାନ ଉଭୟେ ଜେଲରେ ଅଛନ୍ତି ଏବଂ ମୁସ୍କାନଙ୍କ ଗର୍ଭାବସ୍ଥା ଖବର ଏହି ମାମଲାରେ ଏକ ନୂଆ ମୋଡ଼ ଆଣିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+