Get Updates
Get notified of breaking news, exclusive insights, and must-see stories!

ତିହାର ଜେଲରେ କେଜ୍ରିୱାଲଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ମେଡିକାଲ ବୋର୍ଡ, ହେବ ସ୍ୱାସ୍ଥ୍ୟ ପରୀକ୍ଷା

Arvind Kejriwal: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗଠନ ହେଲା ଡାକ୍ତରୀ ଟିମ୍ । ଏମ୍ସର ୫ଜଣିଆ ଡାକ୍ତରୀ ଦଳ ନେଇ ଗଠିତ ହୋଇଛି ଏହି ବୋର୍ଡ । ଏହାର ମୁଖ୍ୟ ଦାୟିତ୍ୱରେ ରହିବେ ଡାକ୍ତର ନିଖିଲ ଟଣ୍ତନ । ସେ ପୂର୍ବରୁ ମଧ୍ୟ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସାରିଛନ୍ତି ।

Arvind Kejriwal

ତିହାର ଜେଲ୍ ଡିଜିଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଡାକ୍ତର ନିଖିଲ ଟଣ୍ତନ ପୂର୍ବରୁ ମଧ୍ୟ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିସାରିଛନ୍ତି । ଏଥର ସେ ଗଠିନ ହୋଇଥିବା ପାଞ୍ଚ ଜଣିଆ ଡାକ୍ତରୀ ଟିମର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ସେହିପରି ଜେଲରେ ପ୍ରତ୍ୟେକ ଦିନ କେଜ୍ରିୱାଲଙ୍କ ସର୍କରା ସ୍ତର ଟେଷ୍ଟ କରାଯାଉଥିବା ନେଇ ମଧ୍ୟ ଜେଲ୍ କର୍ତ୍ତୁପକ୍ଷଙ୍କ ତରଫରୁ ସୂଚନା ରହିଛି ।

ସୋମବାର ଦିନଠୁ ପ୍ରତ୍ୟେକ ଦିନ କେଜ୍ରିୱାଲଙ୍କୁ ୨ ୟୁନିଟ୍ ଇନସୁଲିନର ଲୋ ଡୋଜ୍ ଦିଆଯାଉଛି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ମେଡିକାଲ ଟିମ୍ କେଜ୍ରିୱାଲଙ୍କୁ ଭେଟି ନାହାଁନ୍ତି । ଖୁବ୍ ଶୀଘ୍ର ଜେଲ୍ ଯାଇ କ୍ରେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, କେଜ୍ରିୱାଲ ଟାଇପ୍-୨ ଡାଇବେଟିସ୍ ରୋଗୀ । ସେ ଗତ ୩୦ ବର୍ଷ ହେବ ମଧୁମେହ ରୋଗରେ ପୀଡିତ ଥିବା ନେଇ ସୂଚନା ରହିଛି । ସେପଟେ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତାଙ୍କୁ ଇନସୁଲିନ୍ ଦିଆଯାଇଛି ବୋଲି ଆପ୍ ଅଭିଯୋଗ ଆଣିଛି ।

ଅବକାରୀ ନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା । ବର୍ତ୍ତମାନ ତାଙ୍କୁ ତିହାର ଜେଲରେ ରଖାଯାଇଛି । ସୋମବାରଠାରୁ ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏବଂ ରାତ୍ରୀ ଖାଦ୍ୟ ପୂର୍ବରୁ କେଜ୍ରିୱାଲଙ୍କୁ ୨ ୟୁନିଟର ଇନସୁଲିନର ଲୋ ଡୋଜ୍ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+