ସୋସିଆଲ ମିଡିଆରେ ଅଙ୍କୁଶ ଲାଗିବା ଆବଶ୍ୟକ : ସୁପ୍ରିମକୋର୍ଟ ଜଷ୍ଟିସ

ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଫ୍ରଫେଟ ଟିପ୍ପଣୀକୁ କଡା ଭତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ସୋସିଆଲ ମିଡିଆ ଅପବ୍ୟବାହର ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି । ଏହାସହିତ ଏହାର ଅପବ୍ୟବହାର ମଧ୍ୟ ବଢିଚାଲିଛି । ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଫ୍ରଫେଟ ଟିପ୍ପଣୀକୁ କଡା ଭତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ସୋସିଆଲ ମିଡିଆ ଅପବ୍ୟବାହର ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ମିଡିଆ ଟ୍ରାଏଲ ଆଇନ ଶାସନ ପାଇଁ ସ୍ବାସ୍ଥ୍ୟକର ନୁହେଁ । ତେଣୁ ସୋସିଆଲ ମିଡିଆ ଉପରେ କଡା ଅଙ୍କୁଶ ଲାଗିବାର ଆବଶ୍ୟକତା ରହିଛି। ''

justice

ବିଚାରପତି ଜେବି ପର୍ଦ୍ଦିୱାଲା ଆଜି ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲି ସମ୍ବୋଧିତ କରିବା ଅବସରରେ ଏପରି ମତ ରଖିଛନ୍ତି । ଆଜିକାଲି ଲୋକେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିବା ବେଳେ ଏଥିରେ ଅର୍ଦ୍ଧ ସତ୍ୟ ପ୍ରସାରିତ ହେଉଛି । ଅନେକ ବିଭ୍ରାନ୍ତିକର ସୂଚନା ପ୍ରସାରଣ କରାଯାଉଛି । ସାଧାରଣତଃ ଏହି ଲୋକମାନେ ଆଇନର ଶାସନ, ସାକ୍ଷ୍ୟ ପ୍ରମାଣ ଓ ବିଚାର ପ୍ରକ୍ରିୟା ଓ ସୀମା ସମ୍ପର୍କରେ ଜାଣନ୍ତି ନାହିଁ । ଏଣୁ ଏପରି କୌଣସି ଟ୍ରାଏଲ ନ୍ୟାୟାଳୟ ପାଇଁ ବିଚାର ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ ସଦୃଶ ବୋଲି ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି ।

''ଡିଜିଟାଲ ମିଡିଆ ଟ୍ରାଏଲ ଲକ୍ଷ୍ମଣରେଖା ପାର୍ କରୁଛି । ଏହା ଅର୍ଦ୍ଧ ସତ୍ୟ ଅନୁସରଣ କରୁଥିବାରୁ ଅଧିକ ସମସ୍ୟା ସୃଷ୍ଟି ହେଉଛି । ସମ୍ବିଧାନ ସ୍ବୀକୃତ କୋର୍ଟ ସର୍ବଦା ଗଠନମୂଳକ ସମାଲୋଚନା ଗ୍ରହଣ କରିଥାଏ'' ବୋଲି ପର୍ଦ୍ଦିୱାଲା କହିବା ସହ ବିଚାରପତିଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରିଛନ୍ତି । ବିଚାରପତିମାନଙ୍କୁ କୌଣସି ବିଚାରକୁ ଠିକ୍ ଭାବେ ତଜର୍ମା ନ କରାଯାଇ ଶସ୍ତା ଭାବେ ସମାଲୋଚନା କରାଯାଉଛି । ଏହାଦ୍ବାରା ବିଚାରବିଭାଗୀୟ ଅନୁଷ୍ଠାନଗୁଡିକ ଗୁରୁତର ପ୍ରଭାବିତ ହେବା ସହ ଏହାର ଗାରିମା କମୁଛି । ତେଣୁ ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ କଡା ନିୟମ ହେବା ଆବଶ୍ୟକ ବୋଲି ବିଚାରପତି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+