ଭାରତ ସରକାରଙ୍କ ଚେତାବନୀ,POK କୁ ଖାଲି କରୁ ପାକିସ୍ତାନ …
ପାକିସ୍ତାନରେ ଭାରତ ପକ୍ଷରୁ କରାଯାଇଥିବା ଅପରେଶନ୍ ସିନ୍ଦୂର ସମ୍ପର୍କରେ ବୈଦେଶୀକ ମନ୍ତ୍ରଣାଳୟ (Ministry of External Affairs/MEA) ପକ୍ଷରୁ ପ୍ରେସ୍ ମିଟ୍ କରାଯାଇଛି । ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈଶ୍ୱାଲ କହିଛନ୍ତି, ଜମ୍ମୁ-କଶ୍ମୀର ସହିତ ଜଡ଼ିତ ଯେ କୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ । ସିନ୍ଦୁ ଚୁକ୍ତି ଏବେ ବି ରଦ୍ଦ ରହିବ । ପକିସ୍ତାନ ପିଓକେ ଖାଲି କରିବା ଦାବିରେ ଭାରତ ଅଟଳ । ଆମର ଏକ ଦୀର୍ଘକାଳୀନ ଭାରତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ବୟାନରେ କହିଛି, "ଆମର ଦୀର୍ଘ ଦିନର ଜାତୀୟ ଦୃଷ୍ଟିକୋଣ ରହିଆସିଛି ଯେ, ଭାରତୀୟ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଏବଂ କଶ୍ମୀର ସହ ଜଡ଼ିତ ଯେକୌଣସି ବିବାଦକୁ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଭାବେ ହିଁ ସମାଧାନ କରିବା ଉଚିତ। ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆପଣମାନେ ଜାଣିଛନ୍ତି ଯେ, ଏକମାତ୍ର ବିବାଦୀୟ ପ୍ରସଙ୍ଗ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ (PoK)କୁ ଖାଲି କରିବା।"
ମେ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବାଠାରୁ ମେ ୧୦ ତାରିଖରେ ଗୁଳି ବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜିନାମା ହେବା ପର୍ଯ୍ୟନ୍ତ ଭାରତୀୟ ଏବଂ ଆମେରିକୀୟ ନେତାଙ୍କ ମଧ୍ୟରେ ଉଭୟ ଦେଶର ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗ ଉଠିନଥିଲା ।'' ରଣଧୀର ଜୟସୱାଲ କହିଛନ୍ତି, ''ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବୟାନ ଆମେ ଦେଖିଛୁ ।

ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଭାବୁଛି ବଞ୍ଚିଯିବ , ତା'ହେଲେ ପାକିସ୍ତାନଠୁ ବୋକା ବୋଧେ କେହି ନୁହେଁ । ଭାରତ ଯେଉଁ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଛି, ତାହା କେବଳ ଭାରତୀୟଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା । ପାକିସ୍ତାନ ଯେତେ ଶୀଘ୍ର ଏହାକୁ ବୁଝିବ, ତାହା ତାଙ୍କ ପାଇଁ ସେତେ ଭଲ ହେବ ।''












Click it and Unblock the Notifications