ଏମ୍‌ଡିଏଚ୍‌ ଓ ଏଭରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି

ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି । ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ତଥା FSSAI।

MDH and Everest

ଏମ୍‌ଡିଏଚ୍‌ ଓ ଏଭରେଷ୍ଟର କିଛି ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କାରକ ତଥା କାର୍‌କିନୋଜେନ୍ସ ଓ ଇଟିଓ ଥିବା ଦାବି କରାଯାଇଥିଲା। ଏହାପରେ ଏହି ଭାରତୀୟ ମସଲାକୁ ସେଠାରେ ବ୍ୟାନ୍‌ କରାଯାଇଥିଲା। ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାରେ କାର୍‌କିନୋଜେନ୍ସ ଓ ଇଥିଲିନ୍‌ ଅକ୍ସାଇଡ୍‌ ଥିବା ଖବର ସାମ୍ନାକୁ ଆସିବା ପରେ ଅନ୍ୟ ସମସ୍ତ ମସଲା ଉପରେ ପ୍ରଶ୍ନ ଉଠିଥିଲା। ଏପ୍ରିଲ୍ ୨୨ରେ ଦେଶର ସମସ୍ତ ପୁଡ୍‌ କମିଶନରଙ୍କୁ ମସଲାର ନମୂନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। FSSAI ଭାରତୀୟ ମସଲାର ନମୂନା ପରୀକ୍ଷା ପାଇଁ ନେଇଥିଲା।

ଏଭରେଷ୍ଟ ମସଲାର ଦୁଇଟି ଉତ୍ପାଦନ ୟୁନିଟ୍‌ରୁ ୯ଟି ନମୂନା ନିଆଯାଇଥିଲା। ସେହିପରି MDH ର ୧୧ଟି ଉତ୍ପାଦନ ୟୁନିଟ୍‌ରୁ ୨୫ଟି ନମୂନା ସଂଗ୍ରହ କରାଯାଇଥିଲା। ସଂଗ୍ରହ କରାଯାଇଥିବା ମୋଟ ୩୪ଟି ନମୂନା ଭିତରୁ ୨୮ଟିର ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଇଥିଲିନ୍ ଅକ୍ସାଇଡ୍‌ର କୌଣସି ଉପସ୍ଥିତି ନଥିବା FSSAI ସ୍ପଷ୍ଟ କରିଛି।

ସେହିପରି ଅନ୍ୟ ବ୍ରାଣ୍ଡ ମସଲାର ୩୦୦ଟି ନମୂନା ପରୀକ୍ଷା କରାଯାଇଥିଲା। ଏଥିରେ ମଧ୍ୟ ETOର କୌଣସି ଉପସ୍ଥିତି ନଥିବା କୁହାଯାଇଛି। ଅନ୍ୟାନ୍ୟ ପାରାମିଟରରେ ମଧ୍ୟ ହୋଇଥିବା ପରୀକ୍ଷାରେ ଭାରତୀୟ ବଜାରରେ ଉପଲବ୍ଧ ମସଲା ପାସ୍‌ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+