ବିଜେପିକୁ ସୁପ୍ରିମକୋର୍ଟଙ୍କର ବଡ଼ ଝଟକା: ମନୋନୀତ ସଦସ୍ୟ ଦେଇପାରିବେ ନାହିଁ ଭୋଟ୍
ଆସନ୍ତାକାଲି ହୋଇ ପାରେ ଏମସିଡି ମେୟର ନିର୍ବାଚନ, ସୁପ୍ରିମକୋର୍ଟ କହିଲେ, ମନୋନୀତ ସଦସ୍ୟ ଭୋଟ୍ ଦେଇପାରିବେ ନାହିଁ ।

Delhi MCD Mayor Election: ସୁପ୍ରମକୋର୍ଟରେ ଏମସିଡି ମେୟର୍ ଏବଂ ଡେରୁଟି ମେୟର ନିର୍ବାଚନ ପାଇଁ ମନୋନୀତ ହୋଇଥିବା ସଦସ୍ୟଙ୍କୁ ଭୋଟ୍ ଦେବାକୁ ଅନୁମତି ଦେଇଥିବା ଏଲଜିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଥିବା ଆପ୍ ନେତା ସେଲି ଓବରୋଇଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି ହେଉଛି । ଗତକାଲି ପଧାନ ବିଚାରପତି ନିର୍ବାଚନକୁ ନେଇ ସୂଚାଇ ଦେଇଥିଲେ । ସେ କହିଛନ୍ତି ଯେ, ସମ୍ବିଧାନର ଧାରା 243R ଅନୁଯାୟୀ ମନୋନୀତ କାଉନସିଲରମାନେ ଭୋଟ୍ ଦେଇପାରିବେ ନାହିଁ । ଯଥାଶୀଘ୍ର ନିର୍ବାଚନ ହେବା ଭଲ ।
ଆମ୍ ଆଦମୀ ପାର୍ଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି, ମୁଁ ଶୀଘ୍ର ଆପଣଙ୍କ ସମ୍ମୁଖରେ ଦୁଇଟି ପଏଣ୍ଟ ରଖିବି । ପ୍ରଥମ କଥା - ଆମେ ପୌରସଂସ୍ଥାରେ ମେୟର ନିର୍ବାଚନ ବିଷୟରେ ଆଲୋଚନା କରିବା ଯଦି ତେବେ, ସମ୍ବିଧାନର ଧାରା 243R ଏଲ୍ଡରମ୍ୟାନଙ୍କୁ ଭୋଟ୍ ଦେବାର ଅଧିକାର ପ୍ରଦାନ କରେ ନାହିଁ । ଅର୍ଥାତ୍ ମନୋନୀତ ବ୍ୟକ୍ତି ଭୋଟ୍ ଦେଇ ପାରିବେ ନାହିଁ ।
ସେ ଆହୁରି କହିଛନ୍ତି ଯେ, କୋର୍ଟଙ୍କୁ ତୁରନ୍ତ ନିର୍ବାଚନ ତାରିଖ ସ୍ଥିର କରିବା ଉଚିତ୍ । ସେ ଯାହା ହେଉନା କାହିଁକି, ସେମାନେ ନିର୍ବାଚନ କରିବା ଉଚିତ୍ । CJI ଡି ବାଇ ଚନ୍ଦ୍ରଚୁଡ଼ କହିଛନ୍ତି ଧାରା 243R ଦର୍ଶାଉଛି ଯେ, ମନୋନୀତ ସଦସ୍ୟମାନେ ଭୋଟ୍ କରିପାରିବେ ନାହିଁ । ଆସନ୍ତାକାଲି ପ୍ରଥମ ନିର୍ବାଚନ ପାଇଁ ଏକ ବୈଠକ ହେବ । ବୈଠକ ପରେ ତୁରନ୍ତ ମେୟର ନିର୍ବାଚନ ହେବା ଉଚିତ୍ ।












Click it and Unblock the Notifications