Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ତାରିଖ ପ୍ରକାଶ ପରେ ମୟାବତୀ କଲେ ବଡ଼ ଘୋଷଣା, କହିଲେ ଦୁଇ ରାଜ୍ୟରେ.....

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଜାତୀୟ ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମହାରାଷ୍ଟ୍ର ସହ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ନଭେମ୍ବର ୨୦ରେ ହେବେ ଭୋଟ ଗ୍ରହଣ । ଝାଡଖଣ୍ଡରେ ନଭେମ୍ବର ୧୩ ଓ ୨୦ରେ ହେବ ମତଦାନ । ନଭେମ୍ବର ୨୩ରେ ହେବ ଭୋଟ୍ ଗଣତି । ନିର୍ବାଚନ ତାରିଖ ଘୋଷଣା ସହ ଦୁଇ ରାଜ୍ୟରେ ଲାଗୁ ହୋଇଛି ଆଚରଣ ବିଧି । ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହେଉଥିବା ବେଳେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ ଯାଏଁ ରହିଛି ।

Mayawati

ନଭେମ୍ବର ୧୩ ରେ ୟୁପିର ୯ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୨୦ ରେ ଉତ୍ତରାଖଣ୍ଡର କେଦାରନାଥରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଉପ-ନିର୍ବାଚନର ଫଳାଫଳ ମଧ୍ୟ ନଭେମ୍ବର ୨୩ ରେ ଆସିବ । ନିର୍ବାଚନ ତାରିଖ ଘୋଷଣା ପରେ ପରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି। ମାୟାବତୀ କହିଛନ୍ତି ଯେ, ବିଏସପି ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ୟୁପିରେ ଏକାକୀ ନିର୍ବାଚନ ଲଢିବ ।

ମାୟାବତୀ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ରାଜ୍ୟ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସ୍ୱାଗତଯୋଗ୍ୟ । ସମୟ ଯେତେ କମ୍ ରହିବ ନିର୍ବାଚନ ଅଧିକ ପରିଷ୍କାର ହେବ । ଅର୍ଥାତ୍ ଅର୍ଥ ଶକ୍ତି, ବାହୁବଳ ଶକ୍ତି ଇତ୍ୟାଦିର ଅଭିଶାପରୁ ଯେତେ ମୁକ୍ତ ହେବ ସେତେ ଭଲ । ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାଚନ ଆୟୋଗଙ୍କ ଉପରେ ନିର୍ଭର କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+