ପୁଣି ପୁତୁରା ଆକାଶଙ୍କୁ ଉତ୍ତରାଧିକାରୀ ଘୋଷଣା କରିଲେ ମାୟାବତୀ
ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଜାତୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଅଧିକାରୀଙ୍କ ସହ ଆଲୋଚନାରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ପୁଣିଥରେ ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ କରିଛନ୍ତି ।
ନିର୍ବାଚନରେ ଦଳର ଚରମ ପରାଜୟ ସମ୍ପର୍କରେ ବିଏସପି ସୁପ୍ରିମୋ ମାୟାବତୀ ଦଳର ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପରାଜୟର ଭବିଷ୍ୟତ ରଣନୀତି ସମୀକ୍ଷା କରିଛନ୍ତି । ଆକାଶ ଆନନ୍ଦଙ୍କୁ ଦ୍ୱିତୀୟଥର ପାଇଁ ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପଦ ମିଳିଛି । କୁହାଯାଉଛି ସେ ଖୁବଶୀଘ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ ସମ୍ଭାଳିବେ ।
ନିର୍ବାଚନରେ ଦଳର ଚରମ ପରାଜୟ ସମ୍ପର୍କରେ ବିଏସପି ସୁପ୍ରିମୋ ମାୟାବତୀ ଦଳର ଅଧିକାରୀଙ୍କ ସହ ଏହି ବୈଠକ କରି ପରାଜୟର ଭବିଷ୍ୟତ ରଣନୀତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ମାୟାବତୀଙ୍କ ସମେତ ଆକାଶ ଆନନ୍ଦ ଓ ତାଙ୍କ ଭାଇ ଆନନ୍ଦ ସାମିଲ ଥିଲେ ।ବିଏସ୍ପି ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୮ତମ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏହା ଜାତୀୟ ସ୍ତରରେ ଦଳର ପ୍ରଥମ ପ୍ରମୁଖ ବୈଠକ ।

ଏହି ବୈଠକରେ ମାୟାବତୀ କହିଛନ୍ତି, ଆକାଶ ଆନନ୍ଦଙ୍କୁ ମଧ୍ୟ ପୂର୍ଣ୍ଣ ପରିପକ୍ୱତା ସହିତ ଦଳରେ କାମ କରିବାର ସୁଯୋଗ ଦିଆଯାଉଛି । ସେ ପୂର୍ବ ପରି ଦଳରେ ତାଙ୍କର ସମସ୍ତ ପଦବୀ ଜାରି ରଖିବେ, ଅର୍ଥାତ୍ ସେ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୋର ଏକମାତ୍ର ଉତ୍ତରାଧିକାରୀ ଭାବରେ ରହିବେ ।
ତାଙ୍କ ବିଷୟରେ ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ, ବର୍ତ୍ତମାନ ସେ ନିଜ ଦଳ ତଥା ଆନ୍ଦୋଳନ ସ୍ୱାର୍ଥରେ ପ୍ରତ୍ୟେକ ସ୍ତରରେ ଜଣେ ପରିପକ୍ୱ ନେତା ଭାବରେ ଉଭା ହେବେ । ପାର୍ଟିର ଲୋକମାନେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ସମ୍ମାନ ଦେଇ ସେମାନଙ୍କର ମନୋବଳ ବୃଦ୍ଧି କରିବେ । ଯାହାଫଳରେ ସେ ଭବିଷ୍ୟତରେ ମୋର ସମସ୍ତ ଆଶା ପୂରଣ କରିବେ ।












Click it and Unblock the Notifications