ନୀତୀଶଙ୍କ ଉପରେ ବଡ଼ ବୟାନ ଦେଲେ ବିଜେପି ନେତା, କହିଲେ ତାଙ୍କୁ କରାଯାଉ ଉପ ପ୍ରଧାନମନ୍ତ୍ରୀ
ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଅନେକ ଭାଜପା ନେତା କହିଛନ୍ତି ଯେ ରାଜ୍ୟ ନିର୍ବାଚନ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ। ଆଉ ଏସବୁ ଭିତରେ ବିଜେପିର ପୂର୍ବତନ ସାଂସଦ ଅଶ୍ୱିନୀ ଚୌବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ନୀତୀଶ ଉପପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି।
ଅଶ୍ୱିନୀ କହିଛନ୍ତି, ନୀତୀଶ କୁମାର ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଚାଲୁଛନ୍ତି, ତାଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ଉଚିତ। ସେ କହିଥିଲେ ଯେ ଯଦି ନୀତିଶ ଉପପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବିହାରର ବିକାଶ ହେବ ଏବଂ ଜଗଜୀବନ ରାମଙ୍କ ପରେ ବିହାରକୁ ଦ୍ୱିତୀୟ ଉପପ୍ରଧାନମନ୍ତ୍ରୀ ମିଳିବ।

ଗତ ବର୍ଷ ଲୋକ ସଭା ନିର୍ବାଚନ ସମୟରେ, ଏକ ରିପୋର୍ଟ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବିରୋଧୀ ଦଳଗୁଡ଼ିକର ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଜନତା ଦଳ (ୟୁନାଇଟେଡ)କୁ ପ୍ରଲୋଭିତ କରିବା ପାଇଁ ନୀତିଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ପଦ ପ୍ରଦାନ କରିଥିଲା।
ତଥାପି ନୀତିଶ ସମୟ ସମୟରେ ସ୍ପଷ୍ଟ ଭାବରେ କହି ଆସୁଛନ୍ତି ଯେ ସେ ଏନଡିଏ ଛାଡି କୌଣସି ସ୍ଥାନକୁ ଯିବେ ନାହିଁ। ଥରେ କିମ୍ବା ଦୁଇଥର ଏପଟସେପଟ ହୋଇଯାଇଛନ୍ତି, କିନ୍ତୁ ଆଉ ନୁହେଁ।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ୨୦୨୪ ନିର୍ବାଚନରେ ଭାଜପା ୨୪୦ଟି ଆସନ ଜିତିଥିଲା, ଯାହା ୨୦୧୯ରେ ୩୦୩ଟି ଆସନ ତୁଳନାରେ ବହୁତ କମ। ଅପରପକ୍ଷେ କଂଗ୍ରେସ ୯୯ଟି ଆସନ ଜିତିଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏ ୨୯୩ଟି ଆସନ ଜିତିଥିଲା। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ। ତେବେ ଭାଜପାକୁ କ୍ଷମତାକୁ ଆଣିବାରେ ଜେଡିୟୁ ଏବଂ ଟିଡିପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଥିଲେ ଯେ ନୀତିଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିହାରରେ ଏନଡିଏ କାମ କରୁଛି ଏବଂ ଆମେ ଉଭୟ ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବୁ। ୨୦୨୦ ମସିହାରେ ମଧ୍ୟ ମେଣ୍ଟ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା। ଭବିଷ୍ୟତରେ ମଧ୍ୟ ଆମେ ନୀତିଶ କୁମାର ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ର୍ନିବାଚନ ଲଢ଼ିବୁ ବୋଲି ସେ କହିଛନ୍ତି।
-
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ?












Click it and Unblock the Notifications