ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମୌଲାନାଙ୍କ ବିବାଦୀୟ ବୟାନ, କହିଲେ.....
ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଇଟାୱାର ମୌଲାନା ଜର୍ଜିସ୍ ଅନସାରୀ ପୁଣିଥରେ ଉତ୍ତେଜନାମୂଳକ ବୟାନ ଦେଇଛନ୍ତି। ନିଜକୁ ଇସଲାମିକ୍ ଗୁରୁ କହୁଥିବା ଜର୍ଜିଆ ଅନସାରୀ କହିଛନ୍ତି, ଅଯୋଧ୍ୟାରେ ଯଦିଓ ରାମ ମନ୍ଦିର ତିଆରି କରାଯାଇଛି, କିନ୍ତୁ ସେଠାରେ ବାବ୍ରି ମସଜିଦ୍ ଥିଲା ଓ ରହିବ। ଅଯୋଧ୍ୟାରେ ଆମଠାରୁ ବାବ୍ରି ମସଜିଦର ଜମି ଛଡାଇ ନିଆଯାଇଥିଲା। ଆମଠାରୁ ଛଡାଇ ନେଇଥିବା ଲୋକ କେବେ ମାଲିକ ହୋଇପାରିବେନି। ଏହା ସହ ସେ ୟୁପିର ମୁସଲମାନଙ୍କୁ ପଶ୍ଚିମବଙ୍ଗ ସିପ୍ଟ ହେବାକୁ ପରାମର୍ଶ ଦେଇଛନ୍ତି। ମୌଲାନାଙ୍କ ଏହି ବୟାନକୁ ନେଇ ଅଯୋଧ୍ୟାର ସାଧୁସନ୍ଥ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିଜ ବୟାନରେ ଜର୍ଜିଆ ଅନସାରୀ କହିଛନ୍ତି,ଆମେ ସେହି ସ୍ଥାନକୁ ପୂର୍ବରୁ ବାବ୍ରି ମସଜିଦ୍ ମାନୁଥିଲୁ, ଆଜିବି ସେୟା ହିଁ ମାନୁଛୁ। ଭବିଷ୍ୟତରେ ବି ତାହା ମାନିବୁ। ମୁଁ ଯେଉଁ ପର୍ଯ୍ୟନ୍ତ ବଞ୍ଚିଛି, କହୁଥିବି ବାବ୍ରି ମସଜିଦ୍ ଥିଲା,ଅଛି ଓ ରହିବ। କାହାକୁ ନଷ୍ଟ କରିବା ଦ୍ବାରା ସବୁ କିଛି ସରିଯାଏନି। ଏହାର ଅସ୍ତିତ୍ବ ଥିଲା ଓ ରହିବ। କୌଣସି ଜିନିଷ ଯଦି ଆପଣଙ୍କଠାରୁ ବଳପୂର୍ବକ ଛଡାଇ ନିଆଯାଏ ତେବେ କ'ଣ ତାହା ଆପଣଙ୍କର ହୋଇଯିବ। ଛଡାଇବା ପରେ ଯଦିଓ ତାହା ଆପଣଙ୍କର ହୋଇଯାଏ,କିନ୍ତୁ ଏହାର ମାଲିକ ଆମେ ରହିବୁ।'

କେବଳ ସେତିକି ନୁହେଁ, ଜର୍ଜିଆ ଅନସାରୀ ୟୁପିର ମୁସଲମାନଙ୍କୁ ପଶ୍ଚିମବଙ୍ଗ ସିଫ୍ଟ ହେବାର ପରାମର୍ଶ ଦେଇ କହିଛନ୍ତି, ମୁଁ ତ ବହୁବାର ନିଜ ଘରେ କହିସାରିଛି, ଏବେ ଉତ୍ତର ପ୍ରଦେଶରେ ରହିବାକୁ ମୋର ମନ ହେଉଛି। ଚାଲ ବଙ୍ଗଳାରେ ଯାଇକି ରହିବା। ଏହି କଥାକୁ ନେଇ ବହୁବାର ଆମ ଭିତରେ ଚର୍ଚ୍ଚା ହୋଇସାରିଛି। ତାଙ୍କର ଏହି ବୟାନ ଉପରେ ଅଯୋଧ୍ୟାର ସାଧୁସନ୍ଥମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଉଲ୍ଲେଖନୀୟ ଯେ, ମୌଲାନା ଜର୍ଜିସ୍ ଅନସାରୀ ୟୁପିର ଇଟାୱା ଜିଲ୍ଲାରେ ରହୁଛନ୍ତି। ନିଜକୁ ଇସ୍ଲାମିକ୍ ଗୁରୁ କହୁଥିବା ଜର୍ଜିସ୍ ଅନସାରୀ ଏହା ପୂର୍ବରୁ ମଧ୍ୟ ବହୁବାର ବିବାଦୀୟ ବୟାନ ଦେଇସାରିଛନ୍ତି। ପ୍ରାୟ ୪ ବର୍ଷ ପୂର୍ବେ ୨୦୨୨ ରେ ଜର୍ଜିସ୍ ଅନସାରୀ କହିଥିଲେ, ମହିଳାଙ୍କୁ ପୁରୁଷଙ୍କ ଅଧୀନରେ ରହିବା ଦରକାର। ଯଦି କୌଣସି ମହିଳା ଗର୍ଭବତୀ ଥାଆନ୍ତି ତେବେ ବି ସେ ନିଜ ସ୍ବାମୀଙ୍କ ଯୌନ ଇଚ୍ଛାକୁ ପୁରା କରିବାକୁ ପ୍ରସ୍ତୁତ ରହିବା ଦରକାର।'












Click it and Unblock the Notifications