ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ବଡ଼ ବୟାନ ଦେଲେ ପ୍ରେମାନନ୍ଦ ମହାରାଜ, କହିଲେ ରାକ୍ଷାସ.....
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ରକ୍ତଚାଉଳ ଚୋବାଉଛି ଭାରତ । ପ୍ରତିଶୋଧ ନିଆଁରେ ଜଳୁଛି ସାରାଦେଶ । କେଉଁ କ୍ଷଣରେ କିଛି ବି ବଡ଼ ପଦକ୍ଷେପ ନେଇପାରନ୍ତି ଭାରତ ସରକାର । ପାକିସ୍ତାନ ବିରୋଧରେ ଯୁଦ୍ଧର ଘୋଷଣା କରିପାରନ୍ତି ସରକାର । ପହଲଗାମ ଆତଙ୍କୀ ହମଲା ପରେ ଏଭଳି କିଛି ଆଶଙ୍କା କରାଯାଉଛି । ସେପଟେ ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ମାରିବାକୁ ରଣହୁଙ୍କାର ମଧ୍ୟ ଦେଇସାରିଛନ୍ତି ମୋଦୀ । ପାକିସ୍ତାନକୁ ମୋଦୀଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ ଯୁଦ୍ଧ ହେବା ନେଇ ସଙ୍କେତ ଦେଉଛି।
ବର୍ତ୍ତମାନ ଏହି ଆକ୍ରମଣକୁ ନେଇ ବୃନ୍ଦାବନର ପ୍ରସିଦ୍ଧ ଗୁରୁ ପ୍ରେମାନନ୍ଦ ମହାରାଜ ଜୀ କିଛି ଏମିତି କହିଛନ୍ତି....
ପ୍ରେମାନନ୍ଦ ମହାରାଜ କହିଛନ୍ତି , 'ଆତଙ୍କୀଙ୍କ ବୁଦ୍ଧି ଭ୍ରଷ୍ଟ ହେଲାଣି । ଏଭଳି ଅଧର୍ମୀଙ୍କ ବିନାଶ ହେବା ନିତାନ୍ତ ଜରୁରୀ । କେଉଁ ଧର୍ମ କୁହେ ନାହିଁ ଯେ ଯାଅ ନୀରିହଙ୍କୁ ଜୀବନରୁ ମାର । ଅନ୍ୟକୁ ଦୁଃଖ,କଷ୍ଟ,ପୀଡ଼ା ଦେବାକୁ କେଉଁ ଧର୍ମ କହିନାହିଁ । ଯେ ନିଜେ ଲାଗୁ କରିଥିବା ନିଚ୍ଚ ନିୟମକୁ ଧର୍ମର ନାଁ ଦେଉଛନ୍ତି , ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିତାନ୍ତ ଜରୁରୀ ।'

ପ୍ରେମାନନ୍ଦ ମହାରାଜଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ 'ଭଜନ ମାର୍ଗ ଅଫିସିଆଲ୍'ରେ ଗୋଟିଏ ଭିଡିଓ ଜାରି କରାଯାଇଛି । ଏଥିରେ ସନ୍ଥ କହିଛନ୍ତି ଯେ ପ୍ରତିଟି ଭାରତୀୟ ଏବେ ଆକ୍ରୋଶରେ ଅଛନ୍ତି । ଯେଉଁ ଧର୍ମ ଅନ୍ୟର ଅନିଷ୍ଠ କରିବାକୁ କୁହେ ତାହା ଧର୍ମ ନୁହଁ 'ଅଧର୍ମ' । ରାକ୍ଷସ ସ୍ବଭାବ କେବେ ବି ଧର୍ମ ହୋଇପାରିବ ନାହିଁ । ଜଣେ ବ୍ୟକ୍ତି ପାଇଁ ଯଦି ପୂରା ଗାଁ ନଷ୍ଟ ହେଉଛି କିମ୍ବା ଗୋଟିଏ ଜିଲ୍ଲା ପାଇଁ ପୂରା ଦେଶ ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।
ମଳିନ , ରାକ୍ଷସ ସ୍ବଭାବର ବ୍ୟକ୍ତି ହିଁ ନୀରିହଙ୍କୁ ମାରି ନିଜକୁ ବଡ଼ ଭାବନ୍ତି । ଅନ୍ୟର ବିନାଶ କରିବା , ପୀଡ଼ା ଦେବା ଆଦୌ ଧର୍ମ ପଦବାଚ୍ୟ ନୁହେଁ । ଏଭଳି ଖଳ ପ୍ରକୃତିର ଲୋକଙ୍କୁ କଡ଼ା ଦଣ୍ଡ ଦେବା ଦରକାର, ଏହା ହିଁ ଧର୍ମ । ଯଦି ଆଜି ଏଭଳି ଲୋକଙ୍କ ବିରୋଧ ନ କରାଯାଏ , ଏମାନଙ୍କୁ ନ ରୋକାଯାଏ ତା'ହେଲେ କାଲି ଏମାନେ ଅନ୍ୟ ନୀରିହଙ୍କୁ ମାରିବେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications