ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Train Accident: ବ୍ରେକ୍ ବଦଳରେ ଏକ୍ସିଲେଟର ଦାବି ଦେଲେ ଟ୍ରେନ୍ ଡ୍ରାଇଭର୍ । ସ୍ପିଡ୍ ଏତେ ଅଧିକ ଥିଲା ଯେ ପ୍ଲାଟଫର୍ମ ଉପରେ ଚଢିଆସିଥିଲା ଟ୍ରେନ୍ । ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡି ପଳାଇଥିଲେ ଲୋକେ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଗତ ରାତି ଅର୍ଥାତ୍ ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ମଥୁରା ଜଙ୍ଗସନରେ ଏପରି ଟ୍ରେନ୍ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ।
ସୂଚନା ଅନୁସାରେ, ୨ ନମ୍ବର ପ୍ଲାଟଫର୍ମରେ ଶକୁରବସ୍ତି-ମଥୁରା ଏମଏମୟୁ ଟ୍ରେନ୍ ( EMU train) ସ୍ପିଡରେ ଆସି ହଠାତ୍ ପ୍ଲାଟଫର୍ମ ଉପରେ ଚଢି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇ ନାହିଁ । ହେଲେ ଜଣେ ବ୍ୟକ୍ତି ଆହତ ଥିବା ନେଇ ସୂଚନା ରହିଛି । ଅନ୍ୟପଟେ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରାଯିବା ସହ ପ୍ଲାଟଫର୍ମରୁ ଟ୍ରେନକୁ ହଟାଇ ଦିଆଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଡ୍ରାଇଭର ଟ୍ରେନର ବ୍ରେକ୍ ବଦଳରେ ଏକ୍ସିଲେଟର ଦାବି ଦେଇଥିଲେ ଯେଉଁଥି ପାଇଁ ଟ୍ରେନଟି ପ୍ଲାଟଫର୍ମ ଉପରକୁ ଚଢିଆସିଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍ ପ୍ଲାଟଫର୍ମ ଭାଙ୍ଗିଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications