ଉତ୍ତରାଖଣ୍ଡରେ ଭୂସ୍ଖଳନ, ବନ୍ଦ ହେଲା ବଦ୍ରିନାଥ ରାଜପଥ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ (ଜୁଲାଇ ୧୦)ରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାର ପାତାଳ ଗଙ୍ଗା ଅଞ୍ଚଳରେ ବଦ୍ରିନାଥ ଜାତୀୟ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯୋଶୀମଠର ଚୁଙ୍ଗିଧରଠାରେ ରାସ୍ତା ଅବରୋଧ ହୋଇଛି ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରହିଛି ।

ଭୂସ୍ଖଳନ ଯୋଗୁ ରାସ୍ତାରେ ପଡ଼ିଥିବା ପଥର ହଟାଇବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ତେବେ କୌଣସି ଲୋକଙ୍କ ଉପରେ କୌଣସି ବପଦ ଆସିନାହିଁ । ସୁଚନାନୁସାରେ ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Landslide in uttarakhand

ସେପଟେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଆଗକୁ ଆହୁରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+