ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୭ ଜଣ
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୭ ଜଣ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭଯାବହ ହୋଇଛି ଯେ, ୭ଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅଗ୍ନିକାଣ୍ଡରେ ପ୍ରାୟ 60ଟି ଘର ସମ୍ପୂର୍ଣ ଜଳି ଭସ୍ମ ହୋଇଯାଇଛି। ଅ ଖବର ମୁତବକ ରାଜଧାନୀର ଗୋକୁଳପୁରୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଘଟଣାସ୍ଥଳରୁ ୭ ଜଣଙ୍କର ପୋଡି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି । ମୃତାହତଙ୍କ ପରିଚୟ ମଧ୍ୟ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ନିଆଁ ଲାଗିଥିବା କୁହାଯାଉଛି । ଏହାପରେ ସେଠାରୁ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲା ପୋଲିସ । ଏହି ଘଟଣା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ନିଜେ ଘଟଣାସ୍ଥଳକୁ ଯାଇ ପୀଡ଼ିତଙ୍କୁ ଭେଟିବେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ଯାଏଁ ଜଣ ପଡି ନାହିଁ।












Click it and Unblock the Notifications