Get Updates
Get notified of breaking news, exclusive insights, and must-see stories!

କରାଚି ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଜଣଙ୍କ ମୃତ୍ୟୁ ଜଣେ ଆହତ

Pakistan Karachi Fire: ପାକିସ୍ତାନ କରାଚିରେ ଭୟଙ୍କର ଅଗ୍ନିକାଣ୍ତ । ରସିଦ ମିନହାସ ରୋଡରେ ଅବସ୍ଥିତ ଆରଜେ ମଲରେ ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ରହିଛି । ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଡାକ୍ତରଖାନାକୁ ୯ଟି ମୃତଦେହ ଅଣାଯାଇଛି। ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟର୍ ଜେପିଏମସି ଏବଂ ଗୋଟିଏ ସିଭିଲ୍ ହସ୍ପିଟାଲ୍ କରାଚି (CHK) କୁ ୮ ମୃତଦେହ ଅଣାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୧୮ ବର୍ଷିୟ ଝଅ ମଧ୍ୟ ରହିଛି ।

Karachi Fire

ଏହି ପୁରା ଘଟଣା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି କରାଚି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଜିଲ୍ଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ, ଅଗ୍ନିକାଣ୍ଡ ପରେ 22 ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ମଧ୍ୟରୁ ଜଣଙ୍କର ବାଟରେ ମୃତ୍ୟୁ ହୋଇଛି । ଡିସିଙ୍କ ସୂଚନା ଅନୁସାରେ ଚତୁର୍ଥ ମହଲା ପର୍ଯ୍ୟନ୍ତ କୋଠାକୁ ସ୍ଥାନାନ୍ତର କରାଯାଇଥିବାବେଳେ ପଞ୍ଚମ ଏବଂ ଷଷ୍ଠ ମହଲାକୁ ସ୍ଥାନାନ୍ତର କାର୍ଯ୍ୟ ଚାଲିଛି।

ଯେଉଁ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା ​​ତାହା ଏର ବ୍ୟବସାୟିକ ବିଲ୍ଡିଂ ଥିଲା । ବିଲଡିଂ ଭିତରେ ସପିଂ ସେଣ୍ଟର, କଲ୍ ସେଣ୍ଟର ଏବଂ ସଫ୍ଟୱେର୍ ହାଉସ୍ ରହିଥିଲା । ଏହି ଘଟଣାରେ ନିୟୋଜିତ ଅଗ୍ନିଶମ ଏବଂ ଉଦ୍ଧାକାରୀ ବିଭାଗର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ସେମାନେ ସକାଳ ୬.୩୦ରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲେ ଏବଂ ଏହା ପରେ ସେମାନେ 8 ଟି ଫାୟାର ଟେଣ୍ଡର ନିଆଁକୁ ଆୟତ୍ତ କରିବା ପାଇଁ ପଠାଯାଇଥିଲା ।

ବିଲଡିଂ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଇଜି ରିଫତ ମୁଖାର୍ ଜିଲ୍ଲା ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାସ୍ତା ସଫା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯାହା ଫଳରେ ଅଗ୍ନିଶମ ବାହିନୀକୁ ଲୋକଙ୍କୁ ଉଦ୍ଧାର କରିବାରେ କୌଣସି ଅସୁବିଧା ହୋଇ ନାହିଁ ।

ସେହିପରି ସିନ୍ଧର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ ଜାଣିବାରେ ପରେ ତୁରନ୍ତ ସମସ୍ତ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଘଟଣାରେ ନିହତ ହୋଇଥିବା ଲୋକଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସେ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୀବନ ଏବଂ ସମ୍ପତ୍ତିର ଦାୟିତ୍ୱ ସରକାରଙ୍କ ଉପରେ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+