ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ,ଜଳିଗଲେ ୧୫ ଜଣ, ୬ ଜଣଙ୍କ ଅବସ୍ଥା ଗୁରୁତର
ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ ଧରଣର ନିଆଁ ଲାଗିଯାଇଥିଲା। ଯେଉଁଥିରେ ୧୫ ଜଣ ପୋଡ଼ି ହୋଇଯାଇଛନ୍ତି। ପୋଲିସ କହିଛି ଯେ ୧୫ ଜଣଙ୍କ ମଧ୍ୟରୁ ୬ ଜଣ ୭୦-୮୦ ପ୍ରତିଶତ ପୋଡ଼ି ଯାଇଥିଲେ। ସେମାନଙ୍କୁ ତୁରନ୍ତ ଫରିଦକୋଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟମାନଙ୍କୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବରନାଲାର ଧନୌଲାର ଏକ ମନ୍ଦିରରେ ଭକ୍ତମାନଙ୍କ ପାଇଁ ଲଙ୍ଗର ପ୍ରସ୍ତୁତ ହେଉଥିବା ସମୟରେ ଏହି ଘଟଣା ଘଟିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରୋଷେୟା ଚୁଲିରେ ଡିଜେଲ ଢାଳିବା ସମୟରେ ରୋଷେଇ ଘରେ ହଠାତ୍ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।
ସ୍ୱାମୀ ଏବଂ ସ୍ତ୍ରୀ ନିଆଁରେ ଜୀବନ୍ତ ଦଗ୍ଧ
ଜୁଲାଇ ମାସରେ, ପଞ୍ଜାବର ବରନାଲାରେ ଏକ ଦୁଃଖଦ ଘଟଣା ଘଟିଥିଲା। ଘରେ ନିଆଁ ଲାଗି ସ୍ୱାମୀ ଏବଂ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକ ଖେଳିଯାଇଥିଲା। ଘଟଣାଟି ବରନାଲାର ମହାଲକଲାନ ନିର୍ବାଚନମଣ୍ଡଳୀର ମୁନ୍ ଗାଁରେ ଘଟିଥିଲା। ସ୍ୱାମୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀଙ୍କର ହସ୍ପିଟାଲ ନେବା ସମୟରେ ମୃତ୍ୟୁ ହୋଇଥିଲା। ଘରେ ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି।












Click it and Unblock the Notifications