ପାଥୋଲୋଜି ଲାବରେ ଭୟଙ୍କର ଅଗ୍ନିକାଣ୍ଡ
ଗୁଜରାଟର ଭାବନଗର କାଲ ନାଲା ଅଞ୍ଚଳର ଏକ କମ୍ପ୍ଲେକ୍ସରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବେସମେଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ଶୀଘ୍ର କୋଠା ସାରା ବ୍ୟାପି ଯାଇଥିଲା । କୋଠାରେ ଅନେକ ହସ୍ପିଟାଲ ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୋଠାରେ ଅଗ୍ନିକାଣ୍ଡ ବ୍ୟାପିଯାଇଥିବାରୁ ରୋଗୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ କାଲୁଭା ରୋଡ୍ ନିକଟସ୍ଥ ଏକ ପାଥୋଲୋଜି ଲ୍ୟାବରେ ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ ଅନେକ ଡାକ୍ତରଖାନା, ଅନ୍ୟାନ୍ୟ ଦୋକାନ ଏବଂ କାର୍ଯ୍ୟାଳୟ ରହିଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲା ଏବଂ ଅନ୍ୟାନ୍ୟ ରୋଗୀମାନଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା ।

ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଝରକା ଉପରେ ଏକ ସିଡ଼ି ରଖି ପିଲାମାନଙ୍କୁ ଚାଦରରେ ଗୁଡ଼ାଇ ଜଣ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏଥିସହ ସମସ୍ତ ରୋଗୀଙ୍କୁ ମେଡିକାଲ କଲେଜର ସର୍. ଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ସୂଚନା ପାଇ ଘଟଣାସ୍ଥଳରେ ୫ଟି ଦମକଳ ମାହିନୀ ଗାଡ଼ି ସହିତ ୫୦ ଜଣ କର୍ମଚାରୀ ଅଗ୍ନିକାଣ୍ଡ ଆୟତ୍ତ କରିବାକୁ ନିୟୋଜିତ ହୋଇଥିଲେ । ଗୋଟିଏ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ଟିମ୍ ସଫଳ ହୋଇଥିଲେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications